ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ

କଟକ(ଓଡ଼ିଶା ରିପୋର୍ଟର):ଏଥର ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ।  କଟକ-ଚୌଦ୍ୱାରରୁ ପ୍ରାର୍ଥୀ ନ ହେବାକୁ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ଆଜି ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ, ମୋ ଉପରେ କୌଣସି ଚାପ ନାହିଁ। ଦଳ ଓ ନେତାଙ୍କ ମର୍ଯ୍ୟଦାକୁ ଅକ୍ଷୁର୍ଣ୍ଣ ରଖିବାକୁ ଏଭଳି ନିଷ୍ପତ୍ତି ନେଇଛି। ମୋ ନାଁରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।”

ତେବେ ପୁଅ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନରେ ପ୍ରତିକ୍ରିୟା ରଖି ପ୍ରଭାତ ବିଶ୍ୱାଳ କହିଛନ୍ତି,“ ଏନେଇ ଦଳ ସୁପ୍ରିମୋ ବିଚାର କରିବେ।”

ସୂଚନାଯୋଗ୍ୟ ଯେ, ସି-ସୋର ଚିଟ୍‌ଫଣ୍ଡ ମାମଲାରେ ପ୍ରଭାତ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ପରେ ସେ ଜାମିନରେ ଆସିଥିଲେ। ତେବେ ଏଥର ଚିଟ୍‌ଫଣ୍ଡରେ ସମ୍ପୃକ୍ତ ଥିବା ନେତାଙ୍କୁ ବିଜେଡିରୁ ଟିକେଟ ନ ମିଳିବା ନେଇ ଚର୍ଚ୍ଚା ହେଉଥିଲା। ଏହି ତାଲିକାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାମ ଶୁଣାଯାଉଥିଲା।



from Odisha Reporter https://ift.tt/2TxASjW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages