
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆଜିକାଲିର ଯୁବବର୍ଗ କେଶକୁ ବିଭିନ୍ନ ରଙ୍ଗ ଦେବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ମାର୍କେଟରେ ଭିନ୍ନ ଭିନ୍ନ କମ୍ପାନୀ ଓ କଲରର ହେୟାର୍ କଲର୍ ଉବଲବ୍ଧ। ପାର୍ଲରରେ କେଶକୁ କଲର୍ କରାଯାଉଥିବା ବେଳେ କେତେଜଣ ଏହାକୁ ଘରେ କରିବାକୁ ପସନ୍ଦ କରିଥାନ୍ତି।
ଆପଣ ଯେତେ ସାବଧାନରେ ହେୟାର୍ କଲର୍ ବା ହେୟାର୍ ଡାଇ ଲଗାନ୍ତୁ ପଛେ, ଆପଣଙ୍କ ହାତ ବା ତ୍ୱଚାରେ ଏହା ପଡ଼ିଯାଇଥାଏ। ଆଉ ସେଠାରେ ହେୟାର୍ ଡାଇର ଦାଗ ମଧ୍ୟ ରହିଯାଇଥାଏ। ଏହି ରଙ୍ଗ ଲାଗିଲେ ସହଜରେ ଛାଡ଼ି ନଥାଏ। କେଶ ଧୋଇ ସାରିଲା ପରେ ମଧ୍ୟ ଏହି ରଙ୍ଗ ଲାଗି ରହିଥାଏ।

ତାହାଲେ ଏବେ ଆପଣ ଏହି ବିଷୟକୁ ନେଇ ଏତେ ଚିନ୍ତା କରନ୍ତୁ ନାହିଁ। କାରଣ ଆମେ ଆପଣଙ୍କୁ ଏହି ରଙ୍ଗ କିପରି ଛଡ଼ାଇବେ ସେ ବିଷୟରେ କହିବାକୁ ଯାଉଛୁ। ଏମିତି କିଛି ଉପାୟ ଅଛି ଯାହାକୁ ବ୍ୟବହାର କରି ଆପଣ ଅତି ସହଜରେ ତ୍ୱଚାରେ ଲାଗିଥିବା ହେୟାର୍ କଲର୍ ଛଡ଼ାଇ ପାରିବେ।

ନେଲ୍ ପଲିସ୍ ରିମୁଭର୍
ଆପଣ ନେଲ୍ପଲିସ୍କୁ କେବଳ ରିମୁଭର୍ରେ ଛଡ଼ାଇ ହୁଏ ବୋଲି ଜାଣିଥିବେ। କିନ୍ତୁ ଏଠାରେ ଆପଣ ତ୍ୱଚାରେ ଲାଗିଥିବା ହେୟାର ଡାଇକୁ ମଧ୍ୟ ରିମୁଭର୍ରେ ଛଡ଼ାଇ ପାରିବେ। ରିମୁଭର୍ ଲଗାଇଲେ ତ୍ୱଚାକୁ ଏହା ଭଲ ଲାଗି ନ ପାରେ। କିନ୍ତୁ ଏଥିରେ ଆପଣ ହେୟାର୍ ଡାଇ ଛଡ଼ାଇଲେ ତାହା ଅତି ସହଜରେ ଛାଡ଼ିଯିବ।
ଏଠାରେ ମନେରଖନ୍ତୁ ଯଦି ଆପଣଙ୍କ ତ୍ୱଚାରେ ରିମୁଭର୍ ଲଗାଇଲେ ଆଲର୍ଜି ହେଉଛି ତାହାଲେ ଆପଣ ଏହାକୁ ଲଗାନ୍ତୁ ନାହିଁ।
ଟୁଥ୍ପେଷ୍ଟ
ହେୟାର୍ ଡାଇ ଛଡ଼ାଇବା ପାଇଁ ଆପଣ ଟୁଥ୍ପେଷ୍ଟର ମଧ୍ୟ ବ୍ୟବହାର କରିପାରିବେ। କିନ୍ତୁ ଆପଣ ରଙ୍ଗ ଲାଗିବାର ସଙ୍ଗେ ସଙ୍ଗେ ଟୁଥ୍ପେଷ୍ଟ ଲଗାଇ ଛଡ଼ାଇବେ। ଏହାକୁ ରଙ୍ଗ ଲାଗିଥିବା ଜାଗାରେ ଲଗାଇ ଷ୍କ୍ରବ୍ କରିନିଅନ୍ତୁ। କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ।
ତେଲ

ତ୍ୱଚାରେ ହେୟାର୍ ଡାଇ ଲାଗି ଯାଇଥିଲେ ତେଲରେ ଛଡ଼ାଇବା ହେଉଛି ସବୁଠୁ ଭଲ ଉପାୟ। ତେବେ ରଙ୍ଗ ଲାଗିଥିବା ଜାଗାରେ ଆପଣ ତେଲ ଲଗାଇ ହାତରେ ଧିରେ ଧିରେ ଘଷନ୍ତୁ। ଦେଖିବେ ରଙ୍ଗ ଛାଡ଼ିଯିବ। ଏହା ପରେ ପାଣିରେ ସେହି ଅଂଶକୁ ଧୋଇ ଦିଅନ୍ତୁ। ତେବେ ଥରେ ତେଲ ଲଗାଇବା ଦ୍ୱାରା ଯଦି ରଙ୍ଗ ଛାଡ଼ୁନାହିଁ ତାହାଲେ ଆପଣ ଏହାକୁ ଅଧିକା ଥର ମଧ୍ୟ ଲଗାଇ ପାରିବେ। କିନ୍ତୁ ଅଧିକା ଘଷନ୍ତୁ ନାହିଁ। ଏହା କଲେ ଆପଣଙ୍କ ତ୍ୱଚା ଖରାପ ହୋଇପାରେ।
ପ୍ରଫେସ୍ନାଲ୍ ଡାଇ ରିମୁଭାଲ୍
ତ୍ୱଚାରେ ହେୟାର୍ ଡାଇ ଛଡ଼ାଇବାର ଆଉ ଏକ ଉପାୟ ମଧ୍ୟ ରହିଛି। ଆପଣ ଯଦି ଏହାକୁ ଘରେ ଛଡ଼ା ପାରୁନାହାନ୍ତି ତାହାଲେ ବଜାରରେ ମିଳୁଥିବା ହେୟାର୍ ଡାଇ ରିମୁଭାଲ୍ ମଧ୍ୟ ବ୍ୟବହାର କରି ରଙ୍ଗକୁ ଅତି ସହଜରେ ଛଡ଼ା ପାରିବେ। ଯଦି ଅଧିକା ରଙ୍ଗ ଲାଗିଯାଇଛି ଆଉ ଏହାକୁ ଛଡ଼ାଇବା ପାଇଁ ଅନ୍ୟ ସବୁ ଉପାୟ ଆପଣେଇ ସାରିଲା ପରେ ମଧ୍ୟ ଛାଡ଼ୁନାହିଁ। ତାହାଲେ ବଜାରରୁ ଏହାକୁ ଆଣି ପାରିବେ।
ପେଟ୍ରୋଲିୟମ୍ ଜେଲି

ତ୍ୱଚାରୁ ହେୟାର୍ ଡାଇ ଛଡ଼ାଇବା ପାଇଁ ମଧ୍ୟ ଏହା ଆଉ ଗୋଟେ ଭଲ ଉପାୟ ଅଛି। ଆପଣ ପେଟ୍ରୋଲିୟମ୍ ଜେଲିକୁ ମଧ୍ୟ ବ୍ୟବହାର କରି ଏହି ରଙ୍ଗ ଛଡ଼ାଇ ପାରିବେ। ଆପଣି ଟିକେ ଅଧିକା ପେଟ୍ରୋଲିୟମ୍ ଜେଲି ନେଇ ରଙ୍ଗ ଲାଗିଥିବା ଜାଗାରେ ଲଗାନ୍ତୁ। ପ୍ରଥମେ ଆପଣଙ୍କୁ ଏହା ନ ଛାଡ଼ିଲା ପରି ଦେଖାଯାଇ ପାରେ । କିନ୍ତୁ ଏହା ଆପଣଙ୍କ ତ୍ୱଚାରୁ ରଙ୍ଗ ଛଡ଼ାଇବାରେ ସାହାଯ୍ୟ କରିବ।
ମେକ୍ଅପ୍ ରିମୁଭର୍

ଆମେ ପ୍ରାୟ ମେକ୍ଅପ୍ ଛଡ଼ାଇବା ପାଇଁ ମେକ୍ଅପ୍ ରିମୁଭର୍ ବ୍ୟବହାର କରିଥାଉ। ହେୟାର୍ ଡାଇ ଛଡ଼ାଇବା ପାଇଁ ମଧ୍ୟ ଏହି ମେକ୍ଅପ୍ ରିମୁଭର୍ ବ୍ୟବହାର କରିପାରିବେ।
from Odisha Reporter https://ift.tt/2HUf4wM
No comments:
Post a Comment