ସେନାକୁ ମିଳିବ ୧୦ ଲକ୍ଷ ହ୍ୟାଣ୍ଡ ଗ୍ରେନେଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ସେନାକୁ ମିଳିବ ୧୦ ଲକ୍ଷ ହ୍ୟାଣ୍ଡ ଗ୍ରେନେଡ୍‌

ନୂଆଦିଲ୍ଲୀ: ସେନା ବାହିନୀକୁ ଅଧିକ ସଶକ୍ତ କରିବାକୁ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ୨୫୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବାକୁ ମଞ୍ଜୁରୀ ଦେଇଛି।

ଏହି ପ୍ରକଳ୍ପ ଅଧିନରେ ସେନା ବାହିନୀ ପାଇଁ ୧୦ ଲକ୍ଷ ଅତ୍ୟାଧୁନିକ ହ୍ୟାଣ୍ଡ ଗ୍ରେନେଡ୍‌ କିଣାଯିବ। ଏହାର ମୂଲ୍ୟ ୫୦୦ କୋଟି ଟଙ୍କା। ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ଏଭଳି ହ୍ୟାଣ୍ଡ ଗ୍ରେନେଡ୍‌କୁ ସେନାର ଯବାନମାନଙ୍କ ପାଇଁ ଖରିଦ କରାଯିବ।

ଆଜି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଉକ୍ତସ୍ତରୀୟ ବୈଠକ ବସିଥିଲା। ଏହି ସମୟରେ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଅତ୍ୟାଧୁନିକ ହ୍ୟାଣ୍ଡ ଗ୍ରେନେଡ୍‌ ସହ ଆସଲଟ ରାଇଫଲ, ରୁଷ ସହ ମିଳିତ ଭାବେ ନିର୍ମାଣ ହୋଇଥିବା ଏକେ-୨୩୦ ରାଇଫଲ ମଧ୍ୟ ଭାରତୀୟ ସ୍ଥଳ ସେନା ପାଇଁ କିଣାଯିବ।

ନୂଆ କରି ଆସୁଥିବା ହ୍ୟାଣ୍ଡ ଗ୍ରେନେଡ୍‌ ଗୁଡ଼ିକ ସେନା ପାଖରେ ଥିବା ପୁରୁଣା ଏଚ୍ଇ-୩୬ ବଦଳରେ ବ୍ୟବହାର କରାଯିବ। ଏଥିସହ ଯୁଦ୍ଧ ଜାହଜ ପାଇଁ ଫାୟାର କଣ୍ଟ୍ରୋଲ ସିଷ୍ଟମ ମଧ୍ୟ କିଣାଯିବ।

ଭାରତୀୟ ବାୟୁସେନା ପାଖରେ ଏବେ ଆମେରିକା ନିର୍ମିତ ଏମ୪ଏ୧ ଆସଲଟ ରାଇଫଲ ରହିଛି, ଯାହାକୁ ଆତଙ୍କବାଦୀ ଦମନ ଅଭିଯାନରେ ବ୍ୟବହାର କରାଯାଉଛି। ତେଣୁ ଏବେ ନୂଆ ଅସ୍ତ୍ରଶସ୍ତ୍ର ନିଶ୍ଚିତ ଭାବେ ସେନାକୁ ସଶକ୍ତ କରିବ।



from Odisha Reporter https://ift.tt/2Jrjj5v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages