ଏଠି ବିଜେଡି ପାଇଁ ଅଡୁଆ ଖୋଦ୍‌ ବିଜେଡି ନେତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଏଠି ବିଜେଡି ପାଇଁ ଅଡୁଆ ଖୋଦ୍‌ ବିଜେଡି ନେତ୍ରୀ !

ବିଞ୍ଝାରପୁର(ଅଭୟ ପତି):  ଓଡ଼ିଶା ବିଧାନସଭା କ୍ଷେତ୍ରରେ ୪୮ ନମ୍ୱର ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ଯାଜପୁର ଜିଲ୍ଲାର ବିଞ୍ଝାରପୁର। ଏହି ନିର୍ବାଚନମଣ୍ଡଳୀଟି ସିଡ୍ୟୁଲ କାଷ୍ଟ(ଏସ୍‌ସି) ବର୍ଗ ପାଇଁ ସଂରକ୍ଷିତ। ୧୯୯୦ ମସିହାରେ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିରୁ ପ୍ରମିଳା ମଲ୍ଲିକ ଏହି ନିର୍ବାଚନମଣ୍ଡଳୀରୁ ଜିତି ଏଠାରେ ବିଜେଡି ବାନା ଉଡାଇଛନ୍ତି। ହେଲେ ଏଥର ସ୍ଥିତି ଭଲ ନାହିଁ କହିଲେ ଚଳେ। ପ୍ରମିଳା ସେମିତି ଆଖି ଦୃଶିଆ କାର୍ଯ୍ୟ କରି ନ ଥିବାରୁ ଏଥର ତାଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡିବ ବୋଲି ଚର୍ଚ୍ଚା ଜୋର ଧରିଛି। ହିନ୍ଦୁ-ମୁସଲମାନ୍‌ ଭାଇଚାରେ ବନ୍ଧା ଏହି ନିର୍ବାଚନଣ୍ଡଳୀରେ ରାଜନୀତି ଏବେ ଶୀର୍ଷରେ ପହଞ୍ଚିଥିଲେ ହେଁ ଗାଦି କିଏ ହାତେଇବ ସେ ନେଇ କିଛି କହିବା ଭୁଲ୍ ହେବ।

ବିଜେଡି ପାଇଁ ପ୍ରମିଳା ଅଡୁଆ: ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତି ତଥା ମନ୍ତ୍ରୀ ମଣ୍ଡଳରେ ନିଜର ଆସ୍ଥାନ ଜମାଇ ବସିଥିବା ପ୍ରମିଳା ମଲ୍ଲିକ ଏବେ ନିରାପଦରେ ନାହାନ୍ତି। ଚାରିଆଡୁ ସଣ୍ଢୁଆସି ଆକ୍ରମଣ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଅନ୍ୟ ପ୍ରମୁଖ ରାଜନୈତିକ ଦଳଗୁଡିକ ତାଙ୍କୁ ଚାରିପଟୁ ଘେରିଲେଣି। ୧୯୯୦ ମସିହାରେ ଜନତାଦଳ ଏବଂ ୨୦୦୦ରୁ ଅଦ୍ୟାବଧି ବିଜେଡିରୁ ଜିତି ବିଧାନ ସଭାରେ ସେ ନିଜ ସ୍ଥାନ ପକ୍କା କରିଥିବା ପ୍ରମିଳା ବିଗତ ଦିନରେ ଡାଲି ଦୁର୍ନୀତି, ମିଥ୍ୟା ସତ୍ୟପାଠ ଆଦି ମାମଲାରେ ଛନ୍ଦିହୋଇ ମନ୍ତ୍ରୀପଦ ହରାଇଛନ୍ତି। କିଛିଦିନ ତଳେ ଆବାସ ଯୋଜନାରେ କୋଟିକୋଟି ଟଙ୍କାର ଦୁର୍ନୀତିରେ କେନ୍ଦ୍ରୀୟ ଟିମ୍‌ର ଅନୁସନ୍ଧାନ ଆରମ୍ଭ ହୋଇଥିବାରୁ ଏହା ପ୍ରମିଳାଙ୍କୁ ଆଗାମୀ ଦିନରେ ଅଡୁଆରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। ଯାହାକି ବିଜେଡି ପାଇଁ କ୍ଷତିକାରକ ହେବ ବୋଲି କୁହାଯାଇପାରେ।

ବିଜେପି: ବର୍ତ୍ତମାନ ବିଜେପି ଓ କଂଗ୍ରେସ, ବିଜେଡିକୁ ମୁକାବିଲା କରିବା ନିମନ୍ତେ ଚେଷ୍ଟା ଚଳାଇଛନ୍ତି। କଂଗ୍ରେସର ସ୍ଥିତି ଏଠାରେ ଦୁର୍ବଳ ଥିବା ବେଳେ କଂଗ୍ରେସରୁ ଯାଇ ବିଜେପିରେ ମିଶିଥିବା ଅମୀୟ ମଲ୍ଲିକ ଏବଂ ବବିତା ମଲ୍ଲିକ ଉଭୟେ ଏଥର ସାଧାରଣ ନିର୍ବାଚନରେ ବିଜେପି ଟିକଟ ଦାବିଦାର ହୋଇ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ହିନ୍ଦୁ-ମୁସଲମାନ ଭାଇଚାରର ନିଦର୍ଶନ ହେଉଛି ଏହି ନିର୍ବାଚନମଣ୍ଡଳୀ। ଏଣୁ ଭୋଟର କାହାକୁ ଦୟା କାରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।

କଂଗ୍ରେସ: ୨୦୧୪ରେ ବିଜେପିରେ ଯୋଗଦେଇ ଦୀର୍ଘ ୪ବର୍ଷ ବିଜେପିର ଗୁଣ ଗାନ କରିଥିବା ଯୁବ ନେତା ମନୋରଞ୍ଜନ ଦାସ ନିଜକୁ ଅସହାୟ ମନେକରି ୨୦୧୮ ସେପ୍ଟେମ୍ୱର ୧୫ରେ କଂଗ୍ରେସରେ ଯୋଗ ଦେଇଥିଲେ। କଲେଜ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ତଥା ଏକ ରାଜନୈତିକ ପରିବାରରୁ ଆସିଥିବା ମନୋରଞ୍ଜନ ଏବେ ପିସିସି ସଭାପତି ନିରଞ୍ଜନଙ୍କ ଗେହ୍ଲାପୁଅ। ପ୍ରମିଳାଙ୍କ କ୍ଷୂର୍ଣ୍ଣ ଭାବମୂର୍ତ୍ତି ଆଗରେ ମନୋରଞ୍ଜନଙ୍କୁ ଥୋଇ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର୍‌ ହେବ ବୋଲି ଏବେ ଚର୍ଚ୍ଚା।

ସମସ୍ୟା: ଏହି ନିର୍ବାଚନମଣ୍ଡଳୀରେ ଥିବା ଓଡ଼ିଶାରେ ଏକମାତ୍ର ମଦ୍ରାସା, ଯେଉଁଥିରେ କି ଏବେ ୨ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢୁଛନ୍ତି ତାହା ଆଜି ଅତ୍ୟନ୍ତ ଅବହେଳିତ। ଏଠାରେ ଅର୍ଦ୍ଧାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବାସ କରୁଥିଲେ ମଧ୍ୟ ସେମାନଙ୍କ ଶିକ୍ଷା ପାଇଁ ଗଠିତ ଏହି ମଦ୍ରାସା ମାତ୍ର ୨ଗୁଣ୍ଠ ଜମିରେ ଠିଆ ରହିଛି। ବର୍ଷବର୍ଷ ଧରି କ୍ଷମତାରେ ରହିଥିଲେ ମଧ୍ୟ ଏହାର ଆଧୁନିକ କରଣ କିମ୍ୱା ଉନ୍ନତୀକରଣ ଦିଗରେ ପ୍ରଶାସନ କିଛି କରିପାରିନାହିଁ। ରାସ୍ତା ତିଆରି ନାମରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍‌ ହୋଇଛି। ଅସଜଡା ସ୍ୱାସ୍ଥ୍ୟ ସେବା ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଇଛି। ବିଗତ ଅନେକ ବର୍ଷଧରି ବିଜେଡିରୁ ପ୍ରମିଳା ଏଠାରେ ଲଗାତର ଜିତିଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଆଖିଦୃଶିଆ କାମକରି ନ ଥିବା ବାରମ୍ୱାର ଅଭିଯୋଗ ହୋଇ ଆସୁଛି।

 



from Odisha Reporter https://ift.tt/2U1UnW7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages