କେନ୍ଦୁଝର: କେଉଁ ନିର୍ବାଚନ ଲାଗି କେଉଁଠି ଦାଖଲ ହେବ ପ୍ରାର୍ଥିପତ୍ର, ପଢନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

କେନ୍ଦୁଝର: କେଉଁ ନିର୍ବାଚନ ଲାଗି କେଉଁଠି ଦାଖଲ ହେବ ପ୍ରାର୍ଥିପତ୍ର, ପଢନ୍ତୁ

କେନ୍ଦୁଝର(ପ୍ରଣୟ ପାଣି): ୪ଟି ପର୍ଯ୍ୟାୟରେ ଏଥର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୩ୟ ପାଳିରେ ଭୋଟ ଦେବେ କେନ୍ଦୁଝରବାସୀ। ଏନେଇ ନିର୍ଵାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତଥା ନିର୍ଵାଚନ ଅଧିକାରୀ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଗୋଟିଏ ଲୋକସଭା ଓ ୬ଟି ବିଧାନସଭା ନିମନ୍ତେ ୧୭୨୦ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆନନ୍ଦପୁର, ଘଷିପୁରା ବିଧାନସଭା ନିମନ୍ତେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କେନ୍ଦୁଝର ସଦର ଓ ତେଲକୋଇ ବିଧାନସଭା ନିମନ୍ତେ କେନ୍ଦୁଝର ଉପଜିଲ୍ଲାପାଳ କାର୍ଯ୍ୟଳୟ, ଚମ୍ପୁଆ ବିଧାନସଭା ନିମନ୍ତେ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ପାଟଣା ନିର୍ଵାଚନ ମଣ୍ଡଳୀ ନିମନ୍ତେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ପାଇଁ  ସମସ୍ତ ବ୍ୟବସ୍ଥା କରାଯାଇଛି ।

ନିର୍ଵାଚନ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ୧୭୨୦ଟି ବୁଥ୍‌ରେ ପୁଲିସ୍‌ ମୁତୟନ ହେବା ସହ ୧୩୦ ଟି ଭ୍ରାମ୍ୟମାଣ ଫୋର୍ସ ଗଠନ କରାଯାଇଛି । ସମସ୍ତ ବୁଥ୍‌ ମଧ୍ୟରୁ ପାଖାପାଖି ୪୯୬ ଟି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ନିର୍ଵାଚନକୁ ନେଇ କଂଗ୍ରେସ ୩ ଟି ବିଧାନସଭା ପାର୍ଥୀ ଘୋଷଣା କରିଥିବା ବେଳେ, ବିଜେଡି ୪ଟି ବିଧାନସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି । ହେଲେ ବିଜେପି ଚମ୍ପୁଆକୁ ଛାଡି ୫ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯାହାକୁ ନେଇ ଏବେ ଜିଲ୍ଲାରେ ରାଜନୀତି ସରଗରମ।



from Odisha Reporter https://ift.tt/2U6TCfv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages