
ନୂଆଦିଲ୍ଲୀ: ବିଜେପିର ବିଦ୍ରୋହୀ ନେତା ଶତୃଘ୍ନ ସିହ୍ନା ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସେ ଆସନ୍ତା ୬ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ। କଂଗ୍ରେସ ତାଙ୍କୁ ତାଙ୍କର ପୁରୁଣା ଆସନ ବିହାରର ପାଟନା ସାହିବରୁ ହିଁ ପ୍ରାର୍ଥୀ କରିବ।
ବିହାରର କଂଗ୍ରେସ ପ୍ରଭାରୀ ଶକ୍ତି ସିଂହ ଗୋହିଲ କହିଛନ୍ତି, “ ଶତୃଘ୍ନ ସିହ୍ନା କଂଗ୍ରେସରେ ମିଶିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମେ ତାଙ୍କୁ ଦଳରେ ସାମିଲ କରିବୁ। ସେ ଆମର ଷ୍ଟାର ନେତା ଓ ଷ୍ଟାର ପ୍ରଚାରକ ଭାବେ କାର୍ଯ୍ୟ କରିବେ।”
ପୂର୍ବରୁ ଶତୃଘ୍ନ ବିଜେପି ଟିକେଟ୍ରେ ଦୁଇ ଦୁଇଥର ବିହାର ପାଟନା ସାହିବରୁ ଜିତି ଲୋକସଭା ଯାଇଥିଲେ। କିନ୍ତୁ ସେ ବିଜେପିରେ ଥିଲେ ହେଁ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଏହି କାରଣରୁ ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିନାହିଁ।
ତାଙ୍କ ବଦଳରେ ଦଳ ପାଟନା ସାହିବରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଟିକେଟ୍ ଦେଇଛି। ଟିକେଟ୍ ନ ପାଇବା ପରେ ଶତୃଘ୍ନ କହିଥିଲେ ମୁଁ ଏଠାରୁ ହିଁ ଲଢ଼ିବି। ତେଣୁ ଏବେ କଂଗ୍ରେସ ତାଙ୍କୁ ଏହି ପାଟନା ସାହିବରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି।
from Odisha Reporter https://ift.tt/2CEbdAs
No comments:
Post a Comment