ଆମେରିକାର ଚରମବାଣୀ, ଭାରତରେ ପୁଣି ଆତଙ୍କୀ ହମ୍‌ଲା ପାକିସ୍ତାନକୁ ମହଙ୍ଗା ପଡ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଆମେରିକାର ଚରମବାଣୀ, ଭାରତରେ ପୁଣି ଆତଙ୍କୀ ହମ୍‌ଲା ପାକିସ୍ତାନକୁ ମହଙ୍ଗା ପଡ଼ିବ

terrorists

ନୂଆଦିଲ୍ଲୀ: ଆତଙ୍କବାଦର ଭୂସ୍ୱର୍ଗ ପାକିସ୍ତାନକୁ ପୁଣି ଧମକାଇଛି ଭାରତର ବନ୍ଧୁ ରାଷ୍ଟ୍ର ଆମେରିକା। ଆମେରିକା କହିଛି ପାକିସ୍ତାନକୁ ଆତଙ୍କବାଦୀଘଙ୍କ ଉପରେ ଦୀର୍ଘମିଆଦି, ପ୍ରମାଣଯୋଗ୍ୟ ଏବଂ ପୁଣିନଘଟିବା ଭଳି କାର୍ଯ୍ୟାନୁଷ୍ଠାନ ନେଉ। ଏହା ବ୍ୟତୀତ ପାକ୍‌କୁ ଆମେରିକା ଧମକାଇଛି, ପୁଣି ଏଭଳି ଘଟଣା ଘଟିଲେ ଭାରତ ପାଇଁ ’ଚରମ ସମସ୍ୟା’ ସୃଷ୍ଟି କରିବ।

ହ୍ୱାଇଟ୍‌ ହାଉସ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, “ଆମେ ଚାହୁଁଛୁ ପାକିସ୍ତାନ ଦୀର୍ଘସ୍ଥାୟୀ କାର୍ଯ୍ୟାନୁଷ୍ଠାନ ନେଉ। ବିଶେଷ କରି ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବା ଯେଭଳି ଉପତ୍ୟକାରେ କୌଣସି ଅଘଟଣ ନ ଘଟାନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉ।”

ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, “ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ପୁଣି ଆତଙ୍କବାଦୀ ହମ୍‌ଲା ହୁଏ ଏହା ପାକିସ୍ତାନ ପାଇଁ ସମସ୍ୟା ଡାକିଆଣିବ। ଆଉ ଏହି କାରଣରୁ ସୃଷ୍ଟି ହେବାକୁ ଥିବା ଭୟାବହତା ଉଭୟ ଦେଶରେ ଅଶନ୍ତି ସୃଷ୍ଟଠି କରିବ।”

ଅନ୍ୟପକ୍ଷରେ ବାଲାକୋଟ୍‌ରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ହଠାତ ଆତଙ୍କୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବାଭଳି ଦେଖାଇ ହେଉଥିବାରୁ ଏହି ପ୍ରସଙ୍ଗରେ ସେ କହିଛନ୍ତି, ଆମେରିକା ଏବଂ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଏଥିପ୍ରତି ନଜର ରଖିଛନ୍ତି। ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେପରି ଏହି ରାଷ୍ଟ୍ର ଅପ୍ରତ୍ୟାବର୍ତ୍ତୀ ଏବଂ ଦୀର୍ଘସ୍ଥାୟୀ ପଦକ୍ଷେପ ନିଏ। ଏବେ ଏହା ଉପରେ ସମ୍ପୂର୍ଣ୍ଣ କଳନା କରିବା ଭୁଲ ହେବ ବୋଲି ସେ କହିଥିଲେ।

‘ଆମେ ଅଧିକ ଚାହୁଁ’
ପୁଣି ଯେପରି ଏହି ଘଟଣା ନଘଟ ବୋଲି ଦୋହରାଇଥିଲେ ଏହି ଅଧିକାରୀ। ଏହାର କାରଣ ସ୍ୱରୂପ ସେ କହିଥିଲେ, ପାକିସ୍ତାନ ସବୁ ସମୟରେ ଚାପ ପଡ଼ିଲେ କେବଳ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ନେଇ ଖସିଯାଉଛି। କିନ୍ତୁ ଆମେ ଅଧିକ ଚାହୁଁଛୁ। ଅତୀତରେ ସେମାନେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ସମ୍ପତ୍ତି ଜବତ କରିବା, ଗିରଫ କରିବା ଏବଂ ବ୍ୟାନ୍‌ କରିବା ଭଳି କାମ କରିଆସିଛନ୍ତି। କିନ୍ତୁ ଏହାର କିଛି ମାସ ପରେ ଏହି ଆତଙ୍କବାଦୀମାନଙ୍କୁ ଛାଡ଼ି ଦିଆଯାଉଛି ଏବଂ ସେମାନେ ଦେଶରେ ମୁକ୍ତ ଘୁରି ବୁଲୁଛନ୍ତି।

ନିଷ୍ପତ୍ତି ପାକିସ୍ତାନର
ଅଧିକାରୀ ଜଣକ କହିଛନ୍ତି, ଏହି ପ୍ରସଙ୍ଗରେ ପାକିସ୍ତାନକୁ ହିଁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଏହି ରାଷ୍ଟ୍ର ପାଥିବା ଅର୍ଥନୀତିକ ସହାୟତା ପାଇବାକୁ ଚାହୁଁଛି ନା ଆତଙ୍କୀ ସଂଗଠନ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ନିଜକୁ ଏକୁଟିଆ ରଖିବାକୁ ଚାହୁଁଛି। ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେଉଥିବାବେଳେ ଉଭୟ ଦେଶର ସେନା ବର୍ତ୍ତମାନ ହାଇ ଆଲର୍ଟରେ ଅଛନ୍ତି, ଏହା ହିଁ ଆମେରିକାକୁ ଚିନ୍ତିତ କରୁଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ତେଣୁ ଆମେ ଭାବୁଛୁ ଇଶ୍ୱର ନକରନ୍ତୁ ଆଉ ଏକ ଆତଙ୍କୀ ହମ୍‌ଲା ହେଉ। ଏହା ତୁରନ୍ତ ସ୍ଥିତି ବିଗାଡ଼ିବ। ଉଭୟ ରାଷ୍ଟ୍ର ମଧ୍ୟରୁ କେହି ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ଉଭୟ ରାଷ୍ଟ୍ର ଏବଂ ଦକ୍ଷିଣ ଏସିଆ ପାଇଁ ବିପଦ ବଢ଼ାଇବ।



from Odisha Reporter https://ift.tt/2FgKU3U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages