ଗୋଚର ଜମିରେ ବିଜେଡି ପାର୍ଟି ଅଫିସ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଗୋଚର ଜମିରେ ବିଜେଡି ପାର୍ଟି ଅଫିସ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନକୁ ସରକାରୀ ଦଳ ବିଧାୟକଙ୍କ ଫୁ। ପ୍ରାୟ ଏକ ଏକର ସରକାରୀ ଜମିକୁ ମାଡ଼ି ବସି ଦଳୀୟ ଅଫିସ ଖୋଲିଛନ୍ତି କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଗାଁ ଲୋକ ବିଧାୟକଙ୍କ ବେନିୟମ କାମକୁ ବିରୋଧ କରୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ତେବେ ବିଧାୟକ ଅଭିଯୋଗକୁ ଖଣ୍ଡନ କରିବା ସହ ଯେକୌଣସି ତଦନ୍ତ ଲାଗି ପ୍ରସ୍ତୁତ ବୋଲି କହିଛନ୍ତି।

ରାଜସ୍ୱ ବିଭାଗର ତଥ୍ୟ ଅନୁଯାୟୀ, ବିଧାୟକ ସୁରେନ୍ଦ୍ର ସେଠୀ ନିଜ ନାଁରେ ଥିବା ୬୨୦ ନମ୍ବର ପ୍ଲଟ୍‌ରେ ଘର କରିଛନ୍ତି। ତେବେ ନିଜ ପ୍ଲଟ୍ ସହ ପାଖରେ ଥିବା ୬୪୮ ନମ୍ବର ପ୍ଲଟ୍  ଉପରେ କବ୍‌ଜା ଜମାଇଛନ୍ତି।  ଆଉ ଏଥିରୁ ଲୋକଙ୍କ ନଜର ହଟାଇବାରୁ ବିଜୁ ଜନତା ଦଳ ଅଫିସର ବୋର୍ଡ ମାରିଛନ୍ତି।  ଗାଁ ଲୋକେ ବିଧାୟକଙ୍କ ବେନିୟମ କାମକୁ ବିରୋଧ କରୁଥିଲେ ମଧ୍ୟ ଖୋଲୋଖୋଲି କିଛି କହିବାକୁ ଡରୁଛନ୍ତି।

ସେହିପରି ବିଧାୟକଙ୍କ ୬୨୦ ନମ୍ବର ପ୍ଲଟ ହେଉଛି ସାରଦ ଜମି । ତେବେ ଏହାର କିସମ ପରିବର୍ତ୍ତନ ନକରି ବିଧାୟକ ଘର କରିଥିବା ଅଭିଯୋଗ ହେଉଛି। ଅନ୍ୟପଟେ କିସମ ପରିବର୍ତ୍ତନ ଲାଗି ଆବେଦନ କରାଯାଇଛି ଓ ଦଳୀୟ ଅଫିସ ନିର୍ମାଣ ହୋଇଥିବା ଜମି ଗୋଚର ନୁହେଁ ସ୍ଥିତିବାନ୍ ବୋଲି ବିଧାୟକ ଯୁକ୍ତି କରିଛନ୍ତି । ବିଧାୟକଙ୍କ ଯୁକ୍ତି ଯଦି ଠିକ୍ ତେବେ ରାଜସ୍ୱ ବିଭାଗ ତଥ୍ୟ କ’ଣ ଭୁଲ ବୋଲି ପ୍ରଶ୍ନ ଉଠିଛି। ସେପଟେ ବିଧାୟକ ସରକାରୀ ଜମି ଜବରଦଖଲ କରିଥିବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତହସିଲଦାର ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2Y88sk0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages