
କଟକ: ଓଡ଼ିଶା ଅଲିମ୍ପିକ ସଂଘ ସମ୍ପାଦକ ତଥା ବିଶିଷ୍ଟ କ୍ରୀଡ଼ା ସଂଗଠକ ଏମଏ ଆଲମଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ସୋମବାର ରାତିରେ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଏସସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୭୬ ବର୍ଷୀୟ ଆଲମଙ୍କ ବିୟୋଗରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।
୨୦୧୬ରେ ସେ ଅଲିମ୍ପିକ ସଂଘର ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ଏହାଛଡ଼ା ସେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର କୋଷାଧ୍ୟକ୍ଷ ମଧ୍ୟ କାର୍ଯ୍ୟରତ ଥିଲେ। ସୟଦ ସେମିନାରୀ ସ୍କୁଲରେ ହେଡ ମାଷ୍ଟର ରହିଆସିଥିବା ସ୍ୱର୍ଗତ ଆଲମଙ୍କୁ କ୍ରୀଡ଼ାର ବିକାଶ ପାଇଁ ସର୍ବଦା ମନେ ରଖାଯିବ। ମଙ୍ଗଳବାର ଫାଓ ପକ୍ଷରୁ ଏକ ଶୋକସଭା ରଖାଯାଇଥିଲା। ଫାଓ ସଭାପତି ଦେବାଶିଷ ସାମନ୍ତରାୟ, କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ଫାଓ ସମ୍ପାଦକ ସଞ୍ଜୟ ବେହେରା ସ୍ୱଗର୍ତ ଆଲମଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଶୋକ ଜଣାଇଥିଲେ।
ତାଙ୍କ ବିୟୋଗରେ ବରିଷ୍ଠ ହକି ପ୍ରଶିକ୍ଷକ ମିଲଔନ ବିଲୁଙ୍ଗ, ବରିଷ୍ଠ ଫୁଟବଲ ପ୍ରଶିକ୍ଷକ ବାସିଲ ତିର୍କୀ, ପାନପୋଷ କ୍ରୀଡ଼ା ସଂଗଠନର ପ୍ରତିଷ୍ଠାତା ସଦସ୍ୟ ମହେନ୍ଦ୍ର ମିଶ୍ର ଓ ସମିତା ବାରିକ, ସଂଘର କାର୍ଯ୍ୟକାରୀ ସଭାପତି ବିକ୍ରମ ସ୍ୱାଇଁ, ସାଧାରଣ ସମ୍ପାଦକ ସୁଶାନ୍ତ ବେହେରା, ସୁନ୍ଦରଗଡ଼ ଆମେଚର ବଡିବିଲ୍ଡିଂ ସଂଘର ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ରାଉରକେଲା ସାଇକ୍ଲିଂ ସଂଘର ନୃସିଂହ ଚରଣ ସାହୁ, ବରିଷ୍ଠ କ୍ରୀଡ଼ା ସଂଗଠକ ନିଖିଳ କଳାକାର ପ୍ରଧାନ, ବରିଷ୍ଠ ଆଥଲେଟ ଅଶୋକ ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2WmS4dJ
No comments:
Post a Comment