ଶପଥ ନେଲେ ଲୋକପାଳ ପିସି ଘୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଶପଥ ନେଲେ ଲୋକପାଳ ପିସି ଘୋଷ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଶନିବାର ଦେଶର ପ୍ରଥମ ଲୋକପାଳ ଭାବରେ ଶପଥ ନେଇଛନ୍ତି। ସେ ମଙ୍ଗଳବାର ଭାରତର ପ୍ରଥମ ଲୋକପାଳ ନିଯୁକ୍ତ ହୋଇଥିଲେ।

ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରିଚାଳନା କରିଥିଲେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଯୋଗ ଦେଇଥିଲେ।

୨୦୧୪ ମସିହା ଜାନୁଆରୀ ୧୬ ତାରିଖରେ ଲୋକପାଳ ଆଇନ ପ୍ରଣୟନର ୫ ବର୍ଷ ପରେ ଲୋକପାଳ ନିଯୁକ୍ତି ଦିଆଯାଇଛି।

ଲୋକପାଳ କମିଟିରେ ୪ ଜଣ ଜୁଡିସିଆଲ ସଦସ୍ୟ ଥିବା ବେଳେ ଆଉ ୪ ଜଣ ନନ୍‌ ଜୁଡିସିଆଲ ସଦସ୍ୟ ରହିଛନ୍ତି। ୪ ଜଣ ଜୁଡିସିଆଲ ସଦସ୍ୟମାନେ ହାଇକୋର୍ଟର ପୂର୍ବତନ ବିଚାରପତି ହୋଇଥିବା ବେଳେ ୪ ଜଣ ନନ୍‌ ଜୁଡିସିଆଲ ସଦସ୍ୟମାନେ ହେଉଛନ୍ତି ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।

ଜୁଡିସିଆଲ ସଦସ୍ୟମାନେ ହେଲେ ଜଷ୍ଟିସ୍ ଦିଲ୍ଲୀପ ବି ଭୋସଲେ, ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତି, ଜଷ୍ଟିସ୍‌ ଅଭିଳାଷା କୁମାରୀ ଓ ଜଷ୍ଟିସ୍‌ ଅଜୟ କୁମାର ତ୍ରିପାଠୀ। ସେହିପରି ନନ୍‌ ଜୁଡିସିଆଲ ସଦସ୍ୟମାନେ ହେଲେ ଦୀନେଶ କୁମାର ଜୈନ୍‌, ଅର୍ଚ୍ଚନା ରାମସୁନ୍ଦରମ, ମହେନ୍ଦ୍ର ସିଂହ ଓ ଡ. ଇନ୍ଦ୍ରଜିତ୍‌ ପ୍ରସାଦ ଗୌତମ।

ଏଥିପାଇଁ ଗଠିତ ଚୟନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ମଧ୍ୟ ସଦସ୍ୟ ରହିଥିଲେ। ଲୋକସଭାରେ ସବୁଠାରୁ ଅଧିକ ସଦସ୍ୟ ଥିବା କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଏଥିରେ ଯୋଗ ଦେଇନଥିଲେ।

୬୬ ବର୍ଷୀୟ ଜଷ୍ଟିସ୍‌ ଘୋଷ ୨୦୧୭ ମସିହା ମେ’ ମାସରେ ସୁପ୍ରିମ୍‌କୋର୍ଟରୁ ଅବସର ନେଇଥିଲେ। ଏହାପରେ ସେ ୨୦୧୭ ମସିହା ଜୁନ୍‌ ୨୯ରୁ ମାନବାଧିକାର କମିଶନ୍‌ରେ ସଦସ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ କୋଲକତା ହାଇକୋର୍ଟର ବିଚାରପତି ଏବଂ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇ ସାରିଛନ୍ତି।



from Odisha Reporter https://ift.tt/2FxjN65

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages