
ନୂଆଦିଲ୍ଲୀ:ସୀମିତ ଓଭର କ୍ରିକେଟ୍ରେ ଗତ କିଛି ବର୍ଷ ଧରି ପ୍ରଭାବ ବିସ୍ତାର କରିଆସିଥିବା ଶ୍ରୀଲଙ୍କା ଦ୍ରୁତ ବୋଲର ଲାସିଥ୍ ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବେ। ସେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ ଯାଇ ଅବସର ନେବେ ବୋଲି ସୂଚନା ମିଳିଛି।
ମାଲିଙ୍ଗା କହିଛନ୍ତି, ଚଳିତବର୍ଷ ଇଂଲଣ୍ଡରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପରେ ସେ ଦିନିକିଆରୁ ଅବସର ନେବେ ଏବଂ ୨୦୨୦ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ସମ୍ପୂର୍ଣ୍ଣ ବିଦାୟ ଜଣାଇବେ।
ଶୁକ୍ରବାର ଶ୍ରୀଲଙ୍କା ଦକ୍ଷିଣ ଅଫ୍ରିକାଠାରୁ ଦ୍ୱିତୀୟ ଟି୨୦ ହାରିବା ପରେ ଏହି ୩୫ ବର୍ଷ ବୟସ୍କ କ୍ରିକେଟର କହିଛନ୍ତି, ବିଶ୍ୱକପ୍ ପରେ ମୋ କ୍ରିକେଟ୍ କ୍ୟାରିଅର ସରିବାକୁ ଲାଗିବ। ମୁଁ ଚାହୁଁଛି ଟି୨୦ ବିଶ୍ୱକପ୍ ଖେଳିବି ଏହା ପରେ ମୋ କ୍ୟାରିଅର ସମାପ୍ତ କରିବି।
from Odisha Reporter https://ift.tt/2HNCWC3
No comments:
Post a Comment