“ପଖାଳ ଭାତରେ ଘି’…ତୋ ବାପା ଖାଇଥିଲା କି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

“ପଖାଳ ଭାତରେ ଘି’…ତୋ ବାପା ଖାଇଥିଲା କି”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ପଖାଳ ଦିବସ। ବଡ଼ ବଡ଼ ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି ଛୋଟ ଛୋଟ ହୋଟେଲରେ ଆଜି ବଢାହେବ ପଖାଳ କଂସା। ଚର୍ଚ୍ଚା ହେବ ଓଡ଼ିଆ ଘରର ଏହି ପାରମ୍ପରିକ ଖାଦ୍ୟଟିର କଥା। କାହା ଥାଳିରେ ହସିବ ବଡିଚୁରା ତ କାହା ଥାଳିରେ ସାଗ ଭଜା। ଆତ୍ମତୃପ୍ତିରେ ଓଦା ହେବ ପେଟ ଆଉ ପାଟି।

ଜାଣିଛନ୍ତି, ଖାଲି ଓଡ଼ିଆ ଘରେ ନୁହେଁ, ଓଡ଼ିଆଙ୍କ ପ୍ରିୟ ବଡ଼ ଠାକୁରବି ଭାରି ଭଲ ପାଆନ୍ତି ପଖାଳକୁ। ସେଇଥି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, କେତେବେଳେ ଘିଅ ବାସେ। ନାନା ନାଁରେ କାଳିଆ ପାଖରେ ପରଷା ହୁଏ ପଖାଳ।

ମହାପ୍ରଭୁଙ୍କ ବଡ଼ ପଣିଆକୁ ପ୍ରତିପାଦିତ କରିବାକୁ ଯାଇ ଓଡ଼ିଆ ଲୋକେ କଥା କଥାରେ ଥଟ୍ଟା କରି କୁହନ୍ତି, “ପଖାଳ ଭାତରେ ଘି’ ତୋ ବୋପା ଖାଇଥିଲା କି” ।

ତା’ ହେଲେ ଆସନ୍ତୁ, ଆଜି ପଖାଳ ଦିବସରେ ଜାଣିବା ଆମ ପ୍ରିୟ ବଡ଼ ଠାକୁରଙ୍କ ପଖାଳ ସମ୍ପର୍କରେ।

କ’ଣ ଏହି ପଖାଳର ନାଁ

ସୁବାସ ପଖାଳ: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ।

ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ।

ପାଣି ପଖାଳ: ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ।

ଦହି ପଖାଳ: ସୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ।

ମିଠା ପଖାଳ: ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ।

ମଲ୍ଲିଫୁଲ ପଖାଳ: ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ।

ଟଭା ପଖାଳ: ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ।

ଘିଅ ପଖାଳ: ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ। ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ।

କେତେବେଳେ ଭୋଗଲାଗେ ପଖାଳ: ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ।



from Odisha Reporter https://ift.tt/2TiseWk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages