ପେଜ ଫୋପାଡ଼ି ଦେଉଛନ୍ତି କି? ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ପେଜ ଫୋପାଡ଼ି ଦେଉଛନ୍ତି କି? ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା

ଓଡ଼ିଶା ରିପୋର୍ଟର (ଭୁବନେଶ୍ୱର): ଭାତ ହୋଇଗଲା ପରେ ସେଥିରୁ ପେଜ ବାହାରିଥାଏ। ଏହି ପେଜକୁ ଆମେ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ। କିନ୍ତୁ ଆପଣ ଜାଣନ୍ତି ଏହା ଆମ ଶରୀର ପାଇଁ କେତେ ଉପକାରୀ? ଏଥିରେ ପ୍ରୋଟିନ୍‌, ଭିଟାମିନ୍‌ ଓ ଆଣ୍ଟି-ଅକ୍ସିଡେଣ୍ଟର ମାତ୍ରା ପ୍ରଚୁର ପରିମାଣରେ ରହିଛି। ଆସନ୍ତୁ ଜାଣିବା ପେଜର ବ୍ୟବହାର ଆମକୁ କି ପ୍ରକାରର ଫାଇଦା ଦେଇଥାଏ।

୧) ଶରୀରରେ ପାଣି ଅଭାବରୁ ଡିହାଇଡ୍ରେସନ୍‌ ହୋଇଥାଏ। ଖାସ୍‌ କରି ଖରାଦିନେ ଏହି ସମସ୍ୟା ଅଧିକ ଦେଖାଦିଏ। ପେଜ ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦୂର ହୋଇଥାଏ। ଏଥିସହ ପେଜରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ମଧ୍ୟ ଭଲ ରଖେ।

୨) ପେଜରେ ଲୁଣ ଓ ଭଜା ଜିରା ମିଶାଇ ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତ କରାଯାଇଥାଏ। ଯାହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ। ଏହା ଖରାଦିନେ ଆମ ଶରୀରରେ ଗ୍ଲୁକୋଜ ଭଳି କାମ ଦିଏ।

୩) ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି, ତା’ହେଲେ ନିୟମିତ ପେଜ ପିଅନ୍ତୁ। ଏଥିରେ ସୋଡିୟମ୍‌ର ମାତ୍ରା କମ୍‌ ଥିବାରୁ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

୪) ଏହି ପେଜରେ ପୋଦିନା ଓ କଳା ଲୁଣ ମିଶାଇ ସୁପ୍ ବି ପ୍ରସ୍ତୁତ କରାଯାଇ ପାରିବ। ଏହାକୁ ପିଇବା ଦ୍ୱାରା ଶରୀରକୁ ଭିଟାମିନ୍ ମିଳିବା ସହିତ ପାଟିକୁ ସ୍ୱାଦିଷ୍ଟ ବି ଲାଗିଥାଏ। ଏହା ବ୍ୟତୀତ ଏହି ସୁପ୍‌ କୋଷ୍ଟକାଠିନ୍ୟରୁ ବି ଆରାମ ଦେଇଥାଏ।

୫) ପେଜକୁ କେବଳ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୌନ୍ଦର୍ଯ୍ୟ ପାଇଁ ବି ସେବନ କରାଯାଇଥାଏ। ଏଥିରେ ଅନେକ ପ୍ରକାର ଭିଟାମିନ୍ ଓ ମିନେରାଲ୍ସ ଭରି ରହିଥାଏ। ଏହାଦ୍ୱାରା ତ୍ୱଚାରେ ଥିବା ଦାଗ ଦୂର ହୋଇଥାଏ।

୬) ପେଜକୁ ଥଣ୍ଡା କରି ଏହାକୁ ଚେହେରାରେ ଲଗାନ୍ତୁ। ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ବ୍ରଣ ସମସ୍ୟା ଦୂର ହୋଇଥାଏ।

୭) ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପେଜକୁ ସ୍ୟାମ୍ପୁ ଆକାରରେ ମଧ୍ୟ ବ୍ୟବହାର କରାଯାଇଥାଏ। ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ହେବା ସହ ଏହା ସିଲ୍କି ହୋଇଥାଏ।



from Odisha Reporter https://ift.tt/2FnTVt7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages