ଦୁଇ ବାଇକ୍ ଆରୋହୀଙ୍କୁ ପିଟି ଦେଲା ଟ୍ରାକ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଦୁଇ ବାଇକ୍ ଆରୋହୀଙ୍କୁ ପିଟି ଦେଲା ଟ୍ରାକ୍ଟର

tractor12

ଉମରକୋଟ (ଓଡ଼ିଶା ରିପୋର୍ଟର): ଏକ ଚିପିସ୍ ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ପୁରୁଲା ଛକରେ।

ମୃତକ ଦ୍ୱୟ ହେଲେ ସଦା ପନକା ଓ ଭଦର ପନକା। ସଦାଙ୍କ ଘର ଚାଟିଗୁଡ଼ାରେ ହୋଇଥିବା ବେଳେ ଭଦରଙ୍କ ଘର ମେଦନା ଗାଁରେ।

deadbodyଏ ଦୁହେଁ ଏକ ବାଇକ୍‌ରେ ଧଡ୍ରା ବଜାରରୁ ଡିଜେଲ ନେଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଚିପ୍ସ ବୋଝେଇ ଟ୍ରାକ୍ଟରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଦ୍ରୁତ ଗତିରେ ଗାଡ଼ି ଚଳାଇବା,ଟ୍ରାଫିକ୍ ନିୟମ ନ ମାନିବା ଏବଂ ମଦ ପିଇ ଗାଡ଼ି ଚଳାଇବା ଯୋଗୁଁ ପ୍ରତିଦିନ ଉମରକୋଟ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟୁଛି। ଲୋକଙ୍କୁ ଆହୁରି ସଚେତନ କରିବା ଜରୁରୀ ହୋଇଥିବା ବେଳେ ପୁଲିସ୍‌ ବି ସକ୍ରିୟ ହେବା ଦରକାର ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।



from Odisha Reporter https://ift.tt/2JhX81p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages