ଗୋଷ୍ଠୀକନ୍ଦଳ ରାଜାଙ୍କ ମୁକୁଟ ଛଡ଼ାଇ ନେବ କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଗୋଷ୍ଠୀକନ୍ଦଳ ରାଜାଙ୍କ ମୁକୁଟ ଛଡ଼ାଇ ନେବ କି ?

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲାର ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଜୋରସୋର ଚର୍ଚ୍ଚା। ଏଠି ସବୁ ରାଜନୈତିକ ଦଳ ଭିତରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ ପଲିଟିକାଲ ଫିବର ଏମଦମ କନ୍‌ଫ୍ୟୁଜିଙ୍ଗ।  ନବେ ଦଶକ ପୂର୍ବରୁ କଂଗ୍ରେସର ଗଡ ଥିବା ଆଠଗଡ  ୧୯୯୦ ପରଠାରୁ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ଓର‍ଫ ରାଜା ସ୍ୱାଇଁଙ୍କ କବ୍‌ଜାରେ।

୨୭ ବର୍ଷ ବିଜେଡି ଶାସନରେ କେତେ ସନ୍ତୁଷ୍ଟ ଭୋଟର

୨୭ ବର୍ଷର ବିଧାୟକ ରଣେନ୍ଦ୍ରଙ୍କ ସମୟରେ ରାସ୍ତାଘାଟକୁ ଛାଡିଦେଲେ ସେମିତି ଆଖିଦୃଷ୍ଟିଆ ପଦକ୍ଷେପ ହୋଇନଥିବା ଭୋଟର  ଅଭିଯୋଗ ଆଣନ୍ତି ।  ଆଠଗଡ ନିର୍ବାଚନ ମଣ୍ଡଳୀର ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭରଶୀଳ । ହେଲେ ଏଠାରେ ଜଳସେଚନ ଆଉ ଫସଲ ସଂରକ୍ଷଣକୁ ନେଇ ସରକାର ସେମିତି କିଛି କରିନାହାନ୍ତି।  ଆଠଗଡ ପରିବା ଚାଷ ପାଇଁ ପ୍ରସିଦ୍ଧ  ଥିଲେ ହେଁ ଏଠି ପରିବା ରଖିବା ପାଇଁ ଶୀତଳ ଭଣ୍ଡାର ଟିଏ ଆଜି ଯାଏ ହୋଇନାହିଁ । କେବଳ ଏତିକି ନୂହେଁ ଗମନାଗମନ, ଶିକ୍ଷା , ସ୍ୱାସ୍ଥ୍ୟ , ବସ୍‌ଷ୍ଟାଣ୍ଡ ଆଦି ସମସ୍ୟାର ଗନ୍ତାଘର ଆଠଗଡ଼ ପାଲଟି ଥିବାବେଳେ ଏହି ନିର୍ବାଚନରେ ଏହାର ଜବାବ୍ ମାଗିବେ ଆଠଗଡ ଜନତା।

ବିଜେଡି –  ୯୦ ଦଶକ ପରଠାରୁ ରଣେନ୍ଦ୍ର ନିଜର ଏକଛତ୍ରବାଦ ଶାସନ ଚଳାଇ ଆସିଥିବା ବେଳେ ବିଜେଡିର ଗୋଷ୍ଠୀ କନ୍ଦଳ ରାଜାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କିଛି ଦିନ ହେବ ଯୁବ ସଂଗଠକ ଅଭୟ କୁମାର ବାରିକ ବିଜେଡି ବ୍ୟାନର ତଳେ ରଣେନ୍ଦ୍ରଙ୍କୁ ଖୋଲାଖୋଲି ବିରୋଧ କରିଆସୁଥିବା ବେଳେ ଏବେ ଦଳୀୟ ଟିକେଟକୁ ନେଇ ଉଭୟଙ୍କ ନାଁ ଚର୍ଚ୍ଚାର କେନ୍ଦ୍ର ପାଲଚ୍ଚା। ଦୀର୍ଘ ଦିନର ବିଧାୟକ ରଣେନ୍ଦ୍ରଙ୍କୁ ଦଳୀୟ ଟିକେଟ ନମିଳୁଥିବା ଓ ରଣେନ୍ଦ୍ର ବିଜେପିରେ ଯୋଗ ଦେଉଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଏପରି ପରିସ୍ଥିତିରେ ବିଜେଡି ଟିକେଟ ଉପରେ ଏବେ ସମସ୍ତଙ୍କ ନଜର।

ବିଜେପି – ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ନିଜର ସ୍ଥିତି ଜାହିର କରିବା ଆରମ୍ଭ କରିଛି ବିଜେପି । ଭାଜପା ଟିକେଟ ପାଇଁ ଆଠଗଡ଼ରେ ଅନେକ ନେତା ଆଶାବାଦୀ ଅଛନ୍ତି। ୨୦୦୯ରେ ବିଜେପିରୁ ଲଢିଥିବା ତଥା ବର୍ତ୍ତମାନ ବିଜେପିର କଟକ ଜିଲ୍ଲା ସାଧାରଣ ସଂପାଦକ  ରାମନାରାୟଣ ମହାନ୍ତି  ସାଂଗଠନିକ କ୍ଷେତ୍ରରେ ନିଜର ଦବ୍‌ଦବା ରଖି ଟିକେଟ ରେସ୍‌ରେ ସୋଶାଲ୍‌ ମିଡିଆରେ ଆଗରେ ଅଛନ୍ତି।  ଅନ୍ୟପକ୍ଷେ ବିଭୂତି ଭୂଷଣ ମିଶ୍ର , ସଙ୍ଗୀତକାର ମନ୍ମଥ ମିଶ୍ର , ବିଶ୍ୱ ଭୂଷଣ ମିଶ୍ର, ବ୍ରଜେନ୍ଦ୍ର ରାଏ ପ୍ରମୁଖ ମଧ୍ୟ ରେସ୍‌ରେ ଅଛନ୍ତି । ତେବେ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ- ଆଠଗଡରେ କଂଗ୍ରେସର ସ୍ଥିତି ସେତେଟା ଆଖିଦୃଷ୍ଟିଆ ନଥିଲେ ମଧ୍ୟ ଏହି ନିର୍ବାଚନରେ ନିଜର ସ୍ଥିତିକୁ ଜାହିର କରିବ ବୋଲି ଚେଷ୍ଟା ଚଲାଇଛି ଦଳ। ୨୦୧୪ ନିର୍ବାଚନ  ବିଚିତ୍ରାନନ୍ଦ ମୁଦୁଲି ଏଠାରୁ ନିର୍ବାଚନ ଲଢିଥିଲେ। ତେବେ ନିର୍ବାଚନ ପରେ ତାଙ୍କର ଆଠଗଡରେ ଦେଖା ନ ମିଳିବା ଭୋଟରଙ୍କୁ କିଛିଟା ଅସନ୍ତୁଷ୍ଟ କରିଛି। ଗତ ପଞ୍ଚାୟତରେ  ମଧ୍ୟ ଦଳ ଠିକ୍ ଭାବେ ପ୍ରାର୍ଥୀ ଦେଇପାରି ନଥିଲା ।

ଗତ କିଛି ଦିନ ଧରି ଦଳ ପକ୍ଷରୁ ପିସିସି ସାଧାରଣ ସଂପାଦକ ତଥା ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କୁ ଆଠଗଡର ଦାୟିତ୍ୱ ଦିଆଯାଇଛି। ଉମାଙ୍କ ସହାୟତାରେ ଦଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଭରସା କରିଥିବା ବେଳେ ଏଠାରେ କଂଗ୍ରେସର ଯୁବନେତା ଅକ୍ଷୟ ତୁଙ୍ଗସାମନ୍ତଙ୍କ ଗୋଷ୍ଠୀ ଉମାଙ୍କୁ ବିରୋଧ କରୁଛି। କଂଗ୍ରେସର ଏହି ଗୋଷ୍ଠୀକନ୍ଦଳ ଉମାଙ୍କ ଉପରେ ସେତେ ପ୍ରଭାବ ପକାଇ ପାରୁନଥିଲେ ମଧ୍ୟ ନିର୍ବାଚନରେ ଏହା କି ପ୍ରକାର ପ୍ରଭାବ ପକାଉଛି ତା ଉପରେ ଏବେ ସମସ୍ତଙ୍କ ନଜର।



from Odisha Reporter https://ift.tt/2Jig7Jh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages