କଂଗ୍ରେସ ଗଡ଼ରେ ରାଜଜେମାଙ୍କୁ ବିଜେଡି କରିପାରେ ଅସ୍ତ୍ର, ଦ୍ୱନ୍ଦ୍ୱରେ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

କଂଗ୍ରେସ ଗଡ଼ରେ ରାଜଜେମାଙ୍କୁ ବିଜେଡି କରିପାରେ ଅସ୍ତ୍ର, ଦ୍ୱନ୍ଦ୍ୱରେ ବିଜେପି

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ନିର୍ବାଚନ ପାଇଁ ଦିନ କେଇଟା ବାକି ଅଛି। ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ହେଲେ ଏ ଯାଏଁ କୌଣସି ଦଳର ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇପାରିନାହିଁ । ସବୁ ଦଳରେ ଏକାଧିକ ଆଶାୟୀ ଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ଏବଂ ବାଦ ପଡିଥିବା ନେତାଙ୍କୁ କିଭଳି ସନ୍ତୁଷ୍ଟ କରାଯିବ ତାହାକୁ ନେଇ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ସେମିତି ପରିସ୍ଥିତି ସୃଷ୍ଟି ହୋଇଛି। ୧୯୫୧ରେ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ଥରେ କମ୍ୟୁନିଷ୍ଟ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୪ଥର ସ୍ୱାଧୀନ, ୭ଥର କଂଗ୍ରେସ ଏବଂ ୩ଥର ବିଜେଡ଼ି ବା ଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।୨୯୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କେ.ସୁରିଆ ରାଓ ୬୧ ହଜାର ୧୪ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ।

ତେବେ ଚଳିତ ବର୍ଷ ଏହି ନିର୍ବାଚନମଣ୍ଡଳୀରେ ୧୧ହଜାର ୪୩୩ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି। ଫଳରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ ୨ଲକ୍ଷ ୫ହଜାର ୫୪୮ ହୋଇଛି। ସେଥିମଧ୍ୟରୁ ୯୭ହଜାର ୩୧ଜଣ ମହିଳା ଏବଂ ୯୪ହଜାର ୨୧୦ଜଣ ପୁରୁଷ ଭୋଟର ରହିଛନ୍ତି । ପୂର୍ବ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଏହାକୁ କଂଗ୍ରେସର ଗଡ଼ ହିଁ କୁହାଯିବ। କିନ୍ତୁ ଗତ କିଛି ବର୍ଷ ହେଲା ଏଠାରେ କଂଗ୍ରେସ ଏବଂ ବିଜେଡିର ସ୍ଥିତି ପ୍ରାୟ ସମାନ ରହିଛି। ତେଣୁ ଏହି ୨ ଦଳରେ ଏକାଧିକ ଆଶାୟୀ ଅଛନ୍ତି।

କଂଗ୍ରେସ: କଂଗ୍ରେସର ଗଡ଼ ଭାବେ ପରିଚିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସର ୨ ଜଣ ପ୍ରାର୍ଥୀ ବିଧାୟକ ଟିକେଟ ପାଇଁ ଆଶାୟୀ ଅଛନ୍ତି। ବର୍ତ୍ତମାନର ବିଧାୟକ କେ.ସୁରିଆ ରାଓ ଏବଂ ତିରୁପତି ପାଣିଗ୍ରାହୀ କଂଗ୍ରେସ ଟିକେଟ ଦୌଡରେ ଅଛନ୍ତି। ଦୁହେଁ ହେବିୱେଟ ହୋଇଥିବାରୁ ଦଳ କାହାକୁ ଟିକଟ ଦେବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା ପାଇଁ ପ୍ରଥମରୁ ମନା କରିଥିବା କେ.ସୁରିଆ ବର୍ତ୍ତମାନ ଫୁଲ୍ ଦମ୍‌ରେ ଆରମ୍ଭ କରିଛନ୍ତି ପ୍ରଚାର । ତିରୁପତି ମଧ୍ୟ ପଛରେ ପଡିନାହାନ୍ତି । ଉଭୟ ନେତା ଟିକଟ ପାଇବେ ଏବଂ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି  ।

ବିଜେଡି: ଏଠାରେ ସମାନ ଅବସ୍ଥାରେ ଅଛି ଶାସକ ବିଜେଡି। ବିଜେଡିରୁ ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଟିକେଟ ପାଇ ପୁଣିଥରେ ଲଢିବାକୁ ଯୋଜନା କରୁଥିବା ବେଳେ ରାଜଜେମା କଲ୍ୟାଣୀ ତାଙ୍କ ପାଇଁ କଣ୍ଟା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ପାରଳା ରାଜକୁମାରୀ କଲ୍ୟାଣୀ ବିଜେଡିରେ ଯୋଗଦେବା ପରେ ବିଜେଡି ଟିକେଟ ପାଇଁ ସେ ହେଉଛନ୍ତି ପ୍ରମୁଖ ଦାବିଦାର। ଏପଟେ ମହିଳା ଟିକେଟ ଖେଳା ଯାଉଥିବାରୁ ଚିନ୍ତାରେ ପଡିଛନ୍ତି କେ.ନାରାୟଣ। ଏଣୁ ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର। ଯଦିଓ ଉଭୟ ଆଶାୟୀ, ଦଳର ନିଷ୍ପତିକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ‍ବୋଲି ଉଭୟେ କହିଛନ୍ତି।

ବିଜେପି: ଯଦିଓ ବିଜେପିର ସ୍ଥିତି ଏଠାରେ ଏତେଟା ଭଲ ନୁହେଁ ତଥାପି ମୋଦି ୱବ୍‌ ଏଠାରେ ସାହା ଭରଷା ବୋଲି କୁହାଯାଉଛି। ଗେରୁ ଦଳରେ ମଧ୍ୟ ୨ ଜଣ ଟିକେଟ ଆଶାୟୀ ରହିଛନ୍ତି। ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟରମଣା ଏବଂ ପୂର୍ବତନ ଜିଲ୍ଲା ବିଜେପି ସଭାପତି ସିଦ୍ଧେଶ୍ୱର ମିଶ୍ର ବିଜେପି ଟିକଟ ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଦଳ ଏମାନଙ୍କ ଅପେକ୍ଷା କଂଗ୍ରେସ କିମ୍ବା ବିଜେଡି ଟିକଟରୁ ବାଦ ପଡିଥିବା ନେତାଙ୍କୁ ଆଣି ପ୍ରାର୍ଥୀ କରାଇ ସ୍ଥିତି ସୁଧାରିବା ପାଇଁ ପ୍ରୟାସ କରୁଥିବା କୁହାଯାଉଛି।



from Odisha Reporter https://ift.tt/2TXMwJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages