ଅସୁସ୍ଥ ଗୋଆ ମୁଖ୍ୟମନ୍ତ୍ରୀ, ସହଯୋଗୀ ଦଳ କଂଗ୍ରେସ ମୁହାଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଅସୁସ୍ଥ ଗୋଆ ମୁଖ୍ୟମନ୍ତ୍ରୀ, ସହଯୋଗୀ ଦଳ କଂଗ୍ରେସ ମୁହାଁ !

manohar parikar

ପାଣାଜି: ଗୋଆ ମୁଖ୍ଯମନ୍ତ୍ରୀ ମନୋହର ପାରିକରଙ୍କର ସ୍ବାସ୍ଥ୍ଯବସ୍ଥାରେ ଘୋର ଅବନତି ହୋଇଛି। ଏବେ ଏକ ଡାକ୍ତରୀ ଟିମ୍ ପାରିକରଙ୍କର ସ୍ବାସ୍ଯବସ୍ଥା ଉପରେ ନଜର ରଖିଥିବା ଜଣାପଡ଼ିଛି। ଶାସକ ଦଳର ଏଭଳି ସମୟରେ ବିରୋଧୀ କଂଗ୍ରେସ ସରକାର ଗଢିବ ବୋଲି ଦାବି କରିଛି। ଯାହାକୁ ନେଇ ଅକଳରେ ପଡ଼ିଛି ବିଜେପି। ଶାସକ ଦଳ ନୂଆ ମୁଖ୍ଯମନ୍ତ୍ରୀ ପାଇଁ ମଧ୍ଯ ଚିନ୍ତା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ଯ ମୁଖ୍ଯମନ୍ତ୍ରୀ ମନୋହର ପାରିକର ଆଗ୍ନେଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରୁ ଚିକିତ୍ସିତ ହୋଇ ଫେରିବା ପରେ ମଧ୍ଯ ଏବେ କ୍ଯାନସରର ଶେଷ ପର୍ଯ୍ଯାୟରେ ଥିବା ଜଣାପଡ଼ିଛି ।

ସହଯୋଗୀ ଦଳଙ୍କ ସହ କଥା ହେବା ପାଇଁ ଦିଲ୍ଲୀରୁ ବିଜେପିର ଦୁଇ ଜଣ ନେତା ଯାଇଥିବା ଜଣାପଡ଼ିଛି। ସହଯୋଗୀ ଦଳକୁ ବୁଝାଇ ସରକାରରେ ରହିବା ପାଇଁ ବିଜେପି ପ୍ରୟାସ କରିବାକୁ ଚେଷ୍ଚା କରୁଥିବା ଜଣାପଡ଼ିଛି। ସହଯୋଗୀ ଦଳ ମହାରାଷ୍ଟ୍ରୱାଦି ଗୋମନ୍ତକ ପାର୍ଟି, ଗୋଆ ଫରୱାର୍ଡ଼ ପାର୍ଟି ଏବଂ ତିନି ସ୍ବାଧୀନ ବିଧାୟକଙ୍କ ସହ ବିଜେପି ସମସ୍ତ ପ୍ରକାର ଆଲୋଚନା ଚଳାଇଛି। ତେବେ ଗୋଆ ବିଜେପିର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଦଳ ଗୋଆ ପଠାଇପାରେ ବୋଲି ଜଣାପଡ଼ିଛି। କାରଣ ନିକଟରେ ହୋଇଥିବା ଗୋଆ ବିଧାନଭା ନିର୍ବାଚନର ଦାୟିତ୍ବରେ ଥିଲେ ଗଡ଼କରୀ।

ଗୋଆ ବିରୋଧୀ ଦଳ ନେତା ରାଜ୍ଯପାଳଙ୍କୁ ଚିଠି ଲେଖି ସରକାର ଗଢି଼ବା ପାଇଁ ଦାବି କରିଛନ୍ତି। ଏବଂ ବିଜେପିକୁ ବିଧାନସଭାରେ ବହୁମତ ସାବ୍ଯସ୍ତ କରିବା ପାଇଁ କଂଗ୍ରେସ ଦାବି କରିଛି। ନିକଟରେ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ ମୋଟ ୪୦ଟି ଆସନରୁ ଜଣେ ବିଜେପି ବିଧାୟକଙ୍କ ମୃତ୍ଯୁ ଓ ୨ ବିଧାୟକ ଇସ୍ତଫା ଦେବା ପରେ ଗୃହରେ ବିଧାୟକ ସଂଖ୍ଯା ୩୭ରେ ପହଞ୍ଚିଛି। ତେବେ କଂଗ୍ରେସର ବିଧାୟକ ଏବେ ମୋଟ ୧୪ ଜଣ ଥିବା ବେଳେ ବିଜେପିର ୧୩ ଜଣ, ଗୋଆ ଫରୱାର୍ଡ ପାର୍ଟିରୁ ୩, ମହାରାଷ୍ଟ୍ରୱାଦି ଗୋମନ୍ତକ ପାର୍ଟିରୁ ୩ ଏବଂ ସ୍ବାଧୀନ ବିଧାୟକ ୩ ଏବଂ ଏନସିପିର ଜଣେ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି।



from Odisha Reporter https://ift.tt/2JjtSaF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages