
ସାଗର: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୧୨ ବର୍ଷୀୟ ନାବାଳିକାଙ୍କୁ ପ୍ରଥମେ ଅପହରଣ ଓ ପରେ ଗଣଦୁଷ୍କର୍ମ କରାଯାଇଛି। ଖାଲି ସେତିକି ନୁହେଁ, ଏହାପରେ ସଂପୃକ୍ତ ନାବାଳିକାଙ୍କ ଦାଦା ଓ ଦୁଇ ଭାଇ ଖୁଡ଼ୀ ଝିଅଟିର ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କ ଶରୀରରୁ ମୁଣ୍ଡ କାଟି ଦେଇଛନ୍ତି।
ମାର୍ଚ୍ଚ ୧୪ରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହା ସାମ୍ନାକୁ ଆସିଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୪ରେ ସାଗର ଜିଲ୍ଲାର ଏକ କ୍ଷେତରୁ ନାବାଳିକର ମୁଣ୍ଡ ବିହୀନ ଶରୀର ଠାବ ହୋଇଥିଲା। ଏହାର ପୂର୍ବଦିନ ନାବାଳିକା ଜଣଙ୍କ ସ୍କୁଲ ଯାଇ ଆଉ ଫେରି ନଥିବା ତାଙ୍କ ପରିବାର ଲୋକ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ।
ପୁଲିସ୍ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଥିଲା। ପୁଲିସ୍ ତଦନ୍ତ କରି ପ୍ରଥମେ ସେହି ଗାଁରେ ରହୁଥିବା ନାବାଳିକାଙ୍କ ଦାଦା ଛୋଟା ପଟେଲଙ୍କୁ ପଚରାଉଚରା କରିଥିଲା। ପ୍ରଥମେ ଏହାକୁ ଅସ୍ୱୀକାର କରୁଥିବା ପଟେଲ ଶେଷରେ ନିଜ ଦୋଷ ସ୍ୱୀକାର କରିଥିଲା।
ନାବାଳିକା ଜଣଙ୍କୁ ପରୀକ୍ଷା ଦେଇ ସ୍କୁଲରୁ ଫେରୁଥିବା ବେଳେ ତାଙ୍କର ଜଣେ ଭାଇ ପ୍ରଥମେ ତାକୁ ଦାଦା ପଟେଲଙ୍କ ଘରକୁ ନେଇଯାଇଥିଲେ। ଏହି ସମୟରେ ଦାଦା ଓ ତାଙ୍କର ଦୁଇ ଭାଇ ନାବାଳିକା ଜଣଙ୍କୁ ଗଣଦୁଷ୍କର୍ମ କରିଥିଲେ।
ନାବାଳିକା ଜଣଙ୍କ ପୁଲିସ୍ ପାଖକୁ ଯିବାକୁ ଧମକ ଦେବାରୁ ଖୁଡ଼ୀ ଜଣଙ୍କ ନାବାଳିକାଙ୍କ ତଣ୍ଟି ଚିପି ଧରିଥିଲେ। ଏହାପରେ ସମସ୍ତେ ମିଳିତ ଭାବେ ଝିଅଟିକୁ ହତ୍ୟା କରିଥିଲେ। ଏତିକିରେ ସରି ନଥିଲା ବର୍ବରତା। ନାବାଳିକା ଜଣଙ୍କ ପ୍ରାଣ ହରାଇବା ପରେ ଦାଦା ଓ ଦୁଇ ଭାଇ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରିଦେଇଥିଲେ।
from Odisha Reporter https://ift.tt/2JmP3bO
No comments:
Post a Comment