୨୦ରେ ନୂଆ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଫ୍ଲୋର ଟେଷ୍ଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

୨୦ରେ ନୂଆ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଫ୍ଲୋର ଟେଷ୍ଟ !

ପାଣାଜୀ: ରାତି ଅଧରେ ଗୋଆର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରମୋଦ ସାୱନ୍ତ ଆସନ୍ତାକାଲି ବିଧାନସଭାରେ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ।

ଏନେଇ ଆଜି ଶ୍ରୀ ସାୱନ୍ତ ବାଚସ୍ପତିକୁ ଚିଠି ଲେଖିଥିବା ଜଣାପଡ଼ିଛି। ରବିବାର ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହେବା ପରେ ଦିନତମାମ ହାଇଡ୍ରାମା ଚାଲିଥିଲା। ଶେଷକୁ ରାତି ପ୍ରାୟ ୧.୫୫ରେ ଶ୍ରୀ ସାୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବିଜେପିକୁ ୨୧ ଜଣ ବିଧାୟକଙ୍କ ସମର୍ଥନ କରୁଥିବା ଶ୍ରୀ ସାୱନ୍ତ କହିଛନ୍ତି।

ବିଜେପିର ୧୨ ଜଣ ବିଧାୟକ ଥିବା ବେଳେ ଜିଏଫ୍‌ପି ଓ ଏମ୍‌ଜିପିର ୩ ଜଣ ଲେଖାଏ ବିଧାୟକ ଅଛନ୍ତି। ସେହିପରି ୩ ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଥିବା ଶ୍ରୀ ସାୱନ୍ତ ଦାବି କରିଛନ୍ତି।

ଗୋଆ ବିଧାନସଭାର ଆସନ ସଂଖ୍ୟା ୪୦ ହୋଇଥିବା ବେଳେ ଏବେ ଏହା ୩୬କୁ ଖସି ଆସିଛି। ପାରିକର ଓ ବିଜେପିର ଅନ୍ୟତମ ବିଧାୟକ ଫ୍ରାନସିସ୍‌ ଡି’ସୌଜାଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। କଂଗ୍ରେସ ପାଖରେ ୧୪ଟି ଆସନ ରହିଥିବା ବେଳେ ଏନ୍‌ସିପି ପାଖରେ ଗୋଟିଏ ଆସନ ରହିଛି।

ଶ୍ରୀ ସାୱନ୍ତ କହିଛନ୍ତି, “ଆମ ପାଖରେ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ରହିଛନ୍ତି। ତେଣୁ ଆମେ ବୁଧବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାହୁଁଛୁ। ଏଥିପାଇଁ ଫ୍ଲୋର ଟେଷ୍ଟ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଛୁ।”

ସେ ପାରିକରଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ସହ ଗୋଆବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ପାରିକରଙ୍କ ନାଁରେ ପାଞ୍ଜିମର ମୀରାମାର ବିଚ୍‌ରେ ଏକ ସ୍ମାରକୀ ନିର୍ମାଣ ହେବ। ଯେଉଁ ସ୍ଥାନରେ ପାରିକରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା, ସେଇଠାରେ ହିଁ ସ୍ମାରକୀ ନିର୍ମାଣ ହେବ ବୋଲି ସେ କହିଛନ୍ତି।

ସୋମବାର ରାତି ୧.୫୫ରେ ଶ୍ରୀ ସାୱନ୍ତ ମୁଖ୍ୟମନ୍ତ୍ରୀ ଓ ଜିଏଫ୍‌ପିର ବିଜୟ ସରଦେଶାଇ ଏବଂ ଏମ୍‌ଜିପିର ସୁଧିନ ଧାଭିଲିକର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।



from Odisha Reporter https://ift.tt/2TT7hWy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages