
ନୂଆଦିଲ୍ଲୀ: ମୋବାଇଲ କମ୍ପାନୀ ମାଇକ୍ରୋମ୍ଯାକ୍ସର ସହ ପ୍ରତିଷ୍ଠାତା ରାହୁଲ ଶର୍ମା ଜୁନ ସୁଦ୍ଧା ଭାରତୀୟ ବଜାରରେ ଇଲେକଟ୍ରିକ୍ ବାଇକ୍ ଆଣିବାକୁ ଯାଉଛନ୍ତି। ଗତକାଲି ରାହୁଲ ଶର୍ମା ଏହ। କହିଛନ୍ତି। ତେବେ ବାଇକ ତିଆରିରେ ଆବଶ୍ଯକ ସମସ୍ତ ଜିନିଷ କମ୍ପାନୀ ତିଆରି କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଇଲେକଟ୍ରିକ ମୋଟର, ବ୍ଯାଟେରୀ ଇତ୍ଯାଦି ଜିନିଷ ପ୍ରଥମେ ଅନ୍ଯ ଦେଶରୁ ଆଶିବ ପରେ ଭାରତରେ ନିର୍ମାଣ ହେବ ବୋଲି ସେ କହିଛନ୍ତି।
ତେବେ ବଜାରକୁ ଆସିବାକୁ ଥିବା ଏହି କମ୍ପାନୀ ସହିତ ମାଇକ୍ରୋମ୍ଯାକ୍ସ ମୋବାଇଲର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ଏହା ତାଙ୍କର ନିଜସ୍ବ କମ୍ପାନୀ। ତେବେ ଏହି ଇଲେକଟ୍ରିକ ବାଇକ ବଜାରରେ ପ୍ରବେଶ କରିବାର କିଛି ଦିନ ପୂର୍ବରୁ କମ୍ପାନୀ ନାମ, କମ୍ପାନୀର ଉଦ୍ଦେଶ୍ଯ ଇତ୍ଯାଦି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ରାହୁଲ ଶର୍ମା ଗଣମାଧ୍ଯମକୁ ସ୍ପଷ୍ଟ କରିଛନ୍ତି।
ଗୁରୁଗ୍ରାମ ନିକଟରେ ଥିବା ହରିଆଣା ମନେଶରରେ ୧ ଲକ୍ଷ ବର୍ଗଫୁଟ ଜାଗାରେ ଏହି ଇଲେକ୍ଟ୍ରିକ ବାଇକର ୟୁନିଟ ପ୍ରତିଷ୍ଠା ହେବ ଯେଉଁଥିରେ ୫୦ ୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ଜଣାପଡ଼ିଛି। ବଜାରରେ ଏହି ବାଇକ ପ୍ରବେଶ କରିବା ପୂର୍ବରୁ ୪୫ ଜଣିଆ ଟିମ ବାଇକ ଓ ବଜାରର ଚାହିଦା ବାବଦରେ ସୂଚନା ଗ୍ରହଣ କରୁଥିବା ଜଣାପଡ଼ିଛି।
ତେବେ ଏହି ବାଇକ ଗୁଡ଼ିକ ଉଭୟ ଶାଖା କେନ୍ଦ୍ର ଓ ଅନ ଲାଇନ ମାଧ୍ଯମରେ ଘରେ ଗ୍ରାହକ ପାଇପାରିବେ ବୋଲି ବ୍ଯବସ୍ଥା ହୋଇଛି। ବଜାରରେ ହିରୋ ଇଲେକଟ୍ରିକ ବାଇକର ଚାହିଦା ଥିବାବେଳେ ବାଇକର ବଜାର ଦର ଉପରେ ଚିନ୍ତା କରାଯାଉଥିବା ରାହୁଲ ଶର୍ମା କହିଛନ୍ତି। 2020ରେ ମଧ୍ଯ ଦେଶର ଅନ୍ଯତମ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବାଜାଜ ଇଲେକଟ୍ରି ଗାଡ଼ି ଆଣିବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2Wr37CH
No comments:
Post a Comment