ପିଇଟି ଟିଚର ପିଲାଙ୍କ ସହ କଲେ ମଜାଦାର ଡ୍ୟାନ୍ସ, ଭିଡ଼ିଓ ହେଲା ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ପିଇଟି ଟିଚର ପିଲାଙ୍କ ସହ କଲେ ମଜାଦାର ଡ୍ୟାନ୍ସ, ଭିଡ଼ିଓ ହେଲା ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ):  ସ୍କୁଲରେ ପିଲାଙ୍କ ପାଠପଢା ଚାପ କମ୍‌ କରିବା ସହ ଶାରୀରିକ ଓ ମାନସିକ ରୂପେ ସେମାନଙ୍କୁ  ଫିଟ୍‌ ରଖିବାକୁ ରହିଛି ପିଇଟି କ୍ଲାସ୍‌। ଏଥିରେ ପିଲାଙ୍କୁ ବିଭିନ୍ନ ପ୍ରକାର ଏକ୍ସରସାଇଜ ଶିଖାଯାଇଥାଏ।  ଏଥିରେ ସବୁ ଛାତ୍ରଛାତ୍ରୀ ସାମିଲ ହେବା ବାଧ୍ୟତାମୂଳକ।  ହେଲେ ଚିନ୍‌ରେ ହୋଇଥିବା ଏକ ପିଇଟି କ୍ଲାସ୍‌ରେ ପିଇଟି ଶିକ୍ଷକ ଏପରି କିଛି କାମ କରିଛନ୍ତି ଯାହାର ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ପିଇଟି ଶିକ୍ଷକଜଣକ ପ୍ଲେ ଗ୍ରାଉଣ୍ଡରେ ୪୦୦ ପିଲାଙ୍କୁ ଛିଡ଼ା କରାଇ ତାଙ୍କ ପିଇଟି କ୍ଲାସ୍‌ ନେଉଛନ୍ତି। ଯାହାକି  ଖୁବ୍‌ ମଜାଦାର ଲାଗୁଛି। ଏଥିରେ ପିଲାମାନେ ଏକ୍ସରସାଇଜ କରିବା ପରିବର୍ତ୍ତେ ନିଜ ଶିକ୍ଷକଙ୍କ ସହ ତାଳରେ ତାଳ ମିଶାଇ ଡ୍ୟାନ୍ସରେ ମାତି ଯାଇଛନ୍ତି। ପିଲାମାନେ ବି ଏହାର ଭରପୁର ମଜା ଉଠାଉଛନ୍ତି। ଶିକ୍ଷକଜଣକ ‘DaddyYankee Dura’  ଭଳି ପପୁଲାର ଗୀତରେ ନୃତ୍ୟ ପରିବେଷଣ କରୁଛନ୍ତି।

ଏହି ଗୀତ ଏତେ ପପୁଲାର ଯେ, ଏହା ଉପରେ ପୂର୍ବରୁ ମଧ୍ୟ ବହୁତ ଟିକ୍‌ଟକ୍‌ ଭିଡ଼ିଓ ଓ ଅନ୍ୟ ଭିଡ଼ିଓ ହୋଇ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ହେଉଛି। ଏହାର କ୍ରେଜ୍‌  କମିବା ନାଁ ଧରୁନି। ଏହା ପ୍ରଥମ ଥର ନୁହେଁ ଯେ, ଜଣେ ଟିଚର୍‌ ପିଲାଙ୍କ ସହ ମଜାଦାର ଡ୍ୟାନ୍ସ କରିଥିବେ। ଏହା ପୂର୍ବରୁ ମଧ୍ୟ ଚିନ୍‌ରେ ଜଣେ ପ୍ରିନ୍ସିପାଲ  ପିଲାଙ୍କ ସହ ଡ୍ୟାନ୍ସ କରୁଥିବାର ମଜାଦାର ଭିଡ଼ିଓ ବେଶ୍‌ ଭାଇରାଲ ହୋଇଥିଲା।

 



from Odisha Reporter https://ift.tt/2HKL9YO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages