ଛୋଟ ପିଲାଙ୍କୁ କ’ଣ ଟିଫିନ୍‌ ଦେବେ ଚିନ୍ତିତ କି? ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ଆଇଟମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଛୋଟ ପିଲାଙ୍କୁ କ’ଣ ଟିଫିନ୍‌ ଦେବେ ଚିନ୍ତିତ କି? ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ଆଇଟମ୍‌

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପିଲାମାନଙ୍କୁ ସ୍କୁଲ୍‌ ପାଇଁ କ’ଣ ଟିଫିନ୍‌ ଦିଆଯିବ? ପ୍ରତ୍ୟେକ ମା’ଙ୍କର ଏକ ବଡ଼ ଚିନ୍ତା। ଏମିତି କିଛି ଆଇଟମ୍‌ କରନ୍ତୁ ଯାହାକୁ ଘରେ ଅନ୍ୟ କେହି ଅଫିସ୍‌ ମଧ୍ୟ ନେଇ ଯାଇପାରିବେ। ସାଧାରଣତଃ ପିଲାମାନେ ଆଳୁ ଖାଇବାକୁ ପସନ୍ଦ କରିଥାନ୍ତି ଏବଂ ପୁରି ମଧ୍ୟ।  ତେଣୁ ଆଳୁ-ପୁରୀ ତିଆରି କରନ୍ତୁ। ଏହା  କରିବାକୁ କମ୍‌ ସମୟ ଲାଗିବା ସହ ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିବେ। ତେଣୁ ପିଲାମାନଙ୍କ ଟିଫିନ୍‌ ନେବା ପାଇଁ ଏହା ଏକ ସହଜ ଆଇଟମ୍‌। ଏହାକୁ କିପରି ତିଆରି କରିବେ ପଢ଼ନ୍ତୁ।

 ଆବଶ୍ୟକୀୟ ସାମଗ୍ରୀ

ଅଟା, ସୁଜି, ଲୁଣ, ଗୋଲମରିଚ ଗୁଣ୍ଡ, ଜୁଆଣି ଦାନା, ହଳଦୀ ଗୁଣ୍ଡ, ସିଝା ଆଳୁ, ପାଣି, ଧଣିଆ ପତ୍ର ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ ସୂଜି, ଲୁଣ, ଗୋଲମରିଚ ଗୁଣ୍ଡ, ଜୁଆଣି ଦାନା, ହଳଦୀ ଗୁଣ୍ଡ ପକାନ୍ତୁ। ତା ପରେ ସେଥିରେ ପୂର୍ବରୁ ସିଝା ହୋଇଥିବା ଆଳୁକୁ ଗୁଣ୍ଡ କରି ପକାନ୍ତୁ। ଏହି ସବୁ ସାମଗ୍ରୀକୁ ବିନା ପାଣିରେ ପ୍ରଥମେ ଭଲରେ ଗୋଳାଇ ଦିଅନ୍ତୁ। ତା ପରେ ସେଥିରେ ଧଣିଆ ପତ୍ର ଏବଂ ପାଣି ପକାଇ ଅଟା ଚକଟିଲା ପରି ଏହାକୁ ଚକଟି ଦିଅନ୍ତୁ। ଧ୍ୟାନରେ ରଖି ଚକଟିବେ କାରଣ ଆଳୁ ପଡ଼ିଥିବାରୁ କମ୍‌ ପାଣି ଆବଶ୍ୟକ ହୋଇପାରେ।
ଅଟା ପୂରା ଚକଟା ହୋଇଗଲା ପରେ ସେଥିରେ ଅଳ୍ପ ତେଲ ପକାଇ ପୁଣି ଥରେ ଚକଟି ଦିଅନ୍ତୁ। ତାପରେ ସେହି ଅଟା ଚକଟାକୁ କିଛି ସମୟ ଘୋଡ଼ଇ ରଖି ଦିଅନ୍ତୁ।

କିଛି ସମୟ ପରେ ଚକଟା ଅଟାକୁ ପୁରୀ କରିବା ପାଇଁ ଛୋଟ ଛୋଟ ଗୋଲ୍‌ କରିଦିଅନ୍ତୁ। ତା ପରେ ତାକୁ ପୁରୀ ଭଳି ବେଲନ୍ତୁ।
ଏହା ପରେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ତା ପରେ ବେଲା ହୋଇଥିବା ପୁରୀକୁ ଛାଣନ୍ତୁ। ବାସ୍ । ପ୍ରସ୍ତୁତ ହାଇଗଲା  ଆପଣଙ୍କର ଆଳୁ ପୁରୀ।

ଏହାକୁ ପିଲାମାନଙ୍କର ଟିଫିନ୍‌ରେ ଦେବା ସହ ଅଫିସ୍‌ ମଧ୍ୟ ନେଇ ଯାଇ ପାରିବେ।



from Odisha Reporter https://ift.tt/2TvLdBS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages