ବାଲାକୋଟ ଷ୍ଟ୍ରାଇକ୍‌ ବେଳେ କ୍ୟାମ୍ପରେ ଥିଲେ ୨୬୩ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ବାଲାକୋଟ ଷ୍ଟ୍ରାଇକ୍‌ ବେଳେ କ୍ୟାମ୍ପରେ ଥିଲେ ୨୬୩ ଆତଙ୍କବାଦୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରଥମଥର ପାଇଁ ପ୍ରମାଣଭିତ୍ତିକ ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓରେ ପ୍ରକାଶିତ ଖବର ଅନୁଯାୟୀ, ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ଜୈଶ-ଏ-ମହମ୍ମଦ କ୍ୟାମ୍ପରେ ୨୬୩ ଜଣ ଆତଙ୍କବାଦୀ ରହିଥିଲେ।

ଗୋଟିଏ ପଟେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ ବିଭିନ୍ନ ରାଜନୀତିକ ଦଳ ପ୍ରମାଣ ଖୋଜୁଥିବା ବେଳେ ଆଜି ଏଭଳି ତଥ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ବାୟୁସେନା ମୁଖ୍ୟ, ବିଭିନ୍ନ ସ୍ୟାଟେଲାଇଟ୍‌ ଜରିଆରେ ବାଲାକୋଟ୍‌ କ୍ୟାମ୍ପ ଉପରେ ନଜର ରଖିଥିବା ସଂସ୍ଥା ଏୟାର ଷ୍ଟ୍ରାଇକ୍‌ ସମ୍ପର୍କିତ ତଥ୍ୟ ଦେଉଥିଲେ ହେଁ କେହି ବି ଏହାକୁ ବିଶ୍ୱାସ କରୁ ନଥିଲେ। ହେଲେ ଆଜି ଯେଉଁ ତଥ୍ୟ ଆସିଛି, ତା’କୁ ଅବିଶ୍ୱାସ କରିବାର କାରଣ ହିଁ କିଛି ନାହିଁ।

ଭାରତୀୟ ଗୁଇନ୍ଦା ସଂସ୍ଥା ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ‘ଟାଇମ୍ସ ନାଓ’ ଏହି ରିପୋର୍ଟକୁ ପ୍ରସ୍ତୁତ କରିଛି। ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତୀୟ ବାୟୁସେନା ଫେବୃଆରୀ ୨୬ ଭୋର୍‌ ୩.୩୦ରେ ପାକିସ୍ତାନର ଖାଇବର ପାଖତନୁଖ୍ୱା ସ୍ଥିତ ବାଲାକୋଟ୍‌ର ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ।

ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ କ୍ୟାମ୍ପରେ ୨୬୩ ଜଣ ଆତଙ୍କବାଦୀ ସେମାନଙ୍କ ଟ୍ରେନିଂ ପାଇଁ ସେଠାରେ ଏକତ୍ରିତ ହୋଇଥିଲେ। ଏମାନେ ୫ ଦିନ ଆଗରୁ ହିଁ ଏଠାକୁ ଆସିଥିଲେ। ଏହି ୨୬୩ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ୧୮ ଜଣ ଜୈଶର ବରିଷ୍ଠ କମାଣ୍ଡର ରହିଥିଲେ। ସେହିପରି ୮୩ ଜଣ ଦୌର-ଏ-ଆମ ବା ଆତଙ୍କୀ ଟ୍ରେନିଂର ପ୍ରଥମ ପର୍ଯ୍ୟାୟର ସଦସ୍ୟ ଥିଲେ। ୯୧ ଜଣ ଆତଙ୍କବାଦୀ ଦୌରା-ଏ ଖାସ୍‌ ପାଇଁ ଏକାଠି ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ତାଲିମ ପାସ୍‌ କରିବା ପରେ ଆତଙ୍କୀ କ୍ୟାଡର ଅଧିକ ଟ୍ରେନିଂ ନେବାପାଇଁ ଦୌର-ଏ-ଖାସ୍‌ରେ ସାମିଲ ହୁଅନ୍ତି।

ଏହି କ୍ୟାମ୍ପରେ ସ୍ୱତନ୍ତ୍ର ଭାବେ ୨୫ ଜଣକୁ ଆତ୍ମଘାତୀ ଆତଙ୍କବାଦୀ ହମ୍‌ଲା ପାଇଁ ମଧ୍ୟ ତାଲିମ୍‌ ଦିଆଯାଇଥିଲା। ୩୦ ଜଣ ଆତଙ୍କବାଦୀ ଦୌର-ଏ-ମଉତୁଲାହା(ଅତ୍ୟାଧୁନିକ ଶୈଳୀରେ ଆକ୍ରମଣ କରିବାର ଟ୍ରେନିଂ) ପାଇଁ ଏକାଠି ହୋଇଥିଲେ। ଏମାନଙ୍କ ବ୍ୟତୀତ କ୍ୟାମ୍ପରେ ୧୮ରୁ ୨୦ ଜଣ ଆତଙ୍କୀଙ୍କ ସହଯୋଗୀ ଥିଲେ।

ଏମାନେ ଆତଙ୍କବାଦୀଙ୍କୁ ରୋଷେଇ କରି ଖାଇବାକୁ ଦେବା, ସେମାନଙ୍କ ଚୁଟି କାଟିବା ଓ ଘର ସଫା କରିବା ଆଦି କାର୍ଯ୍ୟ କରୁଥିଲେ। କ୍ୟାମ୍ପରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେ ଜଣଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। କ୍ୟାମ୍ପରେ ଏୟାର ଷ୍ଟ୍ରାଇକ୍‌ ବେଳେ ମୌଲାନା ମୁଫତି ଉମର, ମୌଲାନା ଜାଭେଦ, ମୌଲାନା ଅସଲମ, ମୌଲାନା ଅଜମଲ, ମୌଲାନା ଜୁବାଇର, ମୌଲାନା ଅବଦୁଲ ଗଫୁର, ମୌଲାନା କୁଦାରଥୁଲ୍ଲା, ମୌଲାନା କ୍ୱାସିମ ଓ ମୌଲାନା ଜୁନେଦ ରହିଥିଲେ।

ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ମିରାଜ୍‌ ୨୦୦୦ ଯୁଦ୍ଧ ବିମାନ ୪ଟି ମିସାଇଲ୍‌ ଦ୍ୱାରା ଏୟାର ଷ୍ଟ୍ରାଇକ୍‌ କରିଥିଲା।

କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପର ଏୟାର ଷ୍ଟ୍ରାଇକ୍‌ ପରେ କିଛି କ୍ଷତି ହୋଇ ନଥିବା ସ୍ୟାଟେଲାଇଟ୍‌ ଇମେଜ୍‌ ପବ୍ଲିଶ କରିଥିଲେ। ହେଲେ ଭାରତୀୟ ଗଣମାଧ୍ୟମ ଜାରି କରିଥିବା ସ୍ୟାଟେଲାଇଟ୍‌ ଇମେଜରେ ଜୈଶ କ୍ୟାମ୍ପର ଛାତରେ ୪ଟି କଣା ଥିବା ଦେଖିବାକୁ ମିଳିଥିଲା। ତାହା ଥିଲା ଏୟାର ଷ୍ଟ୍ରାଇକ୍‌ ପରେ ଏଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାର ପ୍ରମାଣ।

ଅନ୍ୟପକ୍ଷରେ ‘ରିପ୍ଲବିକ୍‌ ଭାରତ’ରେ ପ୍ରକାଶିତ ଖବର ଅନୁଯାୟୀ, ଭାରତୀୟ ଏୟାର ଷ୍ଟ୍ରାଇକ୍‌ରେ ଜୈଶ କ୍ୟାମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ଏୟାର ଷ୍ଟ୍ରାଇକ୍‌ରେ ନିହତ ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର ଓ ସେନା ପକ୍ଷରୁ ଗାଡ଼ିରୁ ପେଟ୍ରୋଲ କାଢ଼ି ସେହି ସ୍ଥାନରେ ଜଳାଇ ଦିଆଯାଇଥିଲା। ସେହିପରି ଆଉ କିଛି ଆତଙ୍କବାଦୀଙ୍କ ମୃତଦେହକୁ ନିକଟସ୍ଥ ନଦୀକୁ ଫୋପାଡ଼ି ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ ଏକଥା ‘ରିପ୍ଲବିକ’କୁ କହିଥିବା ଏହି ରିପୋର୍ଟରେ କୁହାଯାଇଛି।



from Odisha Reporter https://ift.tt/2u0CxUN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages