
ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋଦି ସରକାରଙ୍କ ଶାସନ କାଳରେ ଦେଶର ଅର୍ଥନୀତିକୁ ପ୍ରଶଂସା କରିଛି ଆଇଏମଏଫ। ବିରୋଧୀ ଯେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ସେହି ପ୍ରସଙ୍ଗରେ ଆଇଏମଏଫ ମୋଦି ସରକାରଙ୍କ ପିଠି ଥାପୁଡ଼େଇଛି।
ଭାରତ ଏବେ ବି ବିଶ୍ବର ସବୁଠୁ ଦୃତ ଅଗ୍ରଗତି କରୁଥିବା ଅର୍ଥନୀତି ତାଲିକାରେ ଆଗରେ ରହିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଏହା କହିବା ସହିତ ଗତବର୍ଷ ତୁଳନାରେ ଆର୍ଥିକ ସୁଧାର ପାଇଁ ମୋଦି ସରକାରଙ୍କୁ ପ୍ରଶଂସା କରିଛି। ତେବେ ଆହୁରି ଅନେକ ସୁଧାର ଆସିବା ଦରକାର ବୋଲି ସରକାରଙ୍କ ଉଦ୍ଦେଶ୍ଯରେ ଆଇଏମଏଫ କହିଛି।
ଆଇଏମଏଫର କମୁନିକେସନ ନିର୍ଦ୍ଦେଶକ ଗ୍ୟାରି ରାଇସ ମୋଦି ସରକାରଙ୍କ ୫ ବର୍ଷର ଶାସନକୁ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଭାରତ ବିଶ୍ବରେ ସବୁଠୁ ଦୃତ ଅଗ୍ରଗତି କରୁଥିବା ଅର୍ଥନୀତି। ୫ ବର୍ଷ ମଧ୍ଯରେ ଅଭିବୃଦ୍ଧି ହାର ପାଖାପାଖି ୭ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି।
ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ଅନେକ ପରିବର୍ତ୍ତନ ହୋଇଛି, ଅଭିବୃଦ୍ଧି ହାର ଆହୁରି ଅଧିକ କରିବାକୁ ହେଲେ ଅନେକ କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ବିଶେଷକରି ଵ୍ୟାଙ୍କ ଓ କର୍ପୋରେଟ ଖାତା ଠିକ୍ ଠାକ ରହିବା ଦରକାର, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥନୀତିରେ ସାମଞ୍ଜସ୍ୟ ରହିବା ଦରକାର, ଭୂମି ସୁଧାର, ଉଚିତ ପାରିଶ୍ରମିକ ସମସ୍ତଙ୍କୁ ମିଳିବା ଇତ୍ୟାଦି କ୍ଷେତ୍ରରେ ଭାରତ ସରକାରଙ୍କୁ ଆର୍ଥିକ ସୁଧାର ପାଇଁ ପଦକ୍ଷେପ ନେବାକୁ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।
ତେବେ ସମ୍ପୁର୍ଣ୍ଣ ତଥ୍ୟ ଏପ୍ରିଲ ମାସରେ ଆଇଏମଏଫ ଦ୍ବାରା ଜାରି ହେବାକୁ ଥିବା ୱାର୍ଲଡ ଇକୋନମିକ ଆଉଟଲୁକ (WEO) ସର୍ଭେରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ତେବେ ବିଶ୍ବ ବ୍ୟାଙ୍କର ବୈଠକ ପୂର୍ବରୁ ଏହି ରିପୋର୍ଟ ଆସିବ ବୋଲି ସୁନିଶ୍ଚିତ କରିଛନ୍ତି ଗେରି ରାଇସ।
ଏହି ରିପୋର୍ଟ ପ୍ରଥମଥର ପାଇଁ ଭାରତ ଜନ୍ମିତ ଆମେରିକାର ଅର୍ଥନୀତିଜ୍ଞ ଗୋପିନାଥଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଆସିବାକୁ ଯାଉଛି। ନିକଟରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ମଧ୍ଯ ମୋଦି ସରକାରଙ୍କ ଅର୍ଥନୀତି ଦେଶକୁ ନୂଆ ପରିଚୟ ଦେଇଛି ବୋଲି ତାଙ୍କ ଫେସବୁକ ବ୍ଲଗରେ ଉଲ୍ଲେଖ କରିଥିଲେ।
from Odisha Reporter https://ift.tt/2FktSSr
No comments:
Post a Comment