
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଲେ ବିକାଶ ଚନ୍ଦ୍ର ଗିରି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବିକାଶ ପୂର୍ବରୁ ବିଜୁ କୃଷକ ଜନତା ଦଳର ସଂପାଦକ ଥିଲେ।
ବିଜେଡି ଅଗଣତାନ୍ତ୍ରିକ ଭାବେ ଚାଲିଛି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଅଭିଯୋଗ କରିଛନ୍ତି।
ସେ ଲେଖିଛନ୍ତି,“ଗତ ୨ ବର୍ଷ ହେବ ଦଳର କାର୍ଯ୍ୟପ୍ରଣାଳୀ ଓ ଏହାର ନୀତିରେ ବହୁ ପରିବର୍ତ୍ତନ ହୋଇଛି। ଦଳର ସାଧାରଣ ସଦସ୍ୟଙ୍କୁ ଅବହେଳା କରାଯାଉଛି। ଦଳର କିଛି ହାତଗଣତି ଲୋକଙ୍କ ଇଚ୍ଛା ମୁତାବକ ସାଧାରଣ ସଦସ୍ୟଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି। ଏସବୁକୁ ନେଇ ମୁଁ ଅସନ୍ତୁଷ୍ଟ। ଏପରି ସ୍ଥିତିରେ ମୁଁ ଆଉ ଦଳର ସଦସ୍ୟ ଭାବେ କାର୍ଯ୍ୟ କରିପାରିବି ନାହିଁ। ସେଥିପାଇଁ ମୁଁ ଦଳ ଓ ଏହାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।”
from Odisha Reporter https://ift.tt/2uloN78
No comments:
Post a Comment