
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ଜଣ ନେତାଙ୍କୁ ବହିଷ୍କାର କରିଛି ବିଜୁ ଜନତା ଦଳ। ସେମାନେ ହେଲେ ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପ୍ରସନ୍ନ ବରାଳ। ବିଜେଡି ପକ୍ଷରୁ ଆଜି ପ୍ରେସ୍ ଇସ୍ତାହାର ଜରିଆରେ ଏହି ସୂଚନା ଦିଆଯାଇଛି।
ଗତକାଲି କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ବ୍ରହ୍ମଗିରିରି କିଛି ବିଜେଡି କର୍ମୀ ଓ ନେତା ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଞ୍ଜୟ ଦାସବର୍ମାଙ୍କୁ ବ୍ରହ୍ମଗିରିରୁ ହଟାଇବା ଲାଗି ସେମାନେ ଦାବି କରିଥିଲେ।
ଗତକାଲି କୃଷ୍ଣଚନ୍ଦ୍ର କହିଥିଲେ, ସଞ୍ଜୟ ଦାସବର୍ମା ତାଙ୍କ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଖରାପ ବ୍ୟବହାର କରୁଛନ୍ତି। ତାଙ୍କ ବିରୋଧରେ ଫେରାଦ ହେବାକୁ ଆମେ ଦଳର ସଭାପତିଙ୍କ ନିକଟକୁ ଆସିଛୁ। ତାଙ୍କୁ ବ୍ରହ୍ମଗିରିରୁ ହଟାଯାଇ ଆଉ କାହାକୁ ପ୍ରାର୍ଥୀ କରାଯାଉ। ନୂଆ ପ୍ରାର୍ଥୀ ଦେଲେ ବିପୁଳ ଭୋଟ୍ରେ ଜିତିବେ। ଯଦି ସଞ୍ଜୟ ଦାସବର୍ମାଙ୍କୁ ପୁଣି ପ୍ରାର୍ଥୀ କରାଯାଏ, ତା’ହେଲେ ସେ କେତେ ଭୋଟ୍ରେ ହାରିବେ, ତାହା ସାରା ଓଡ଼ିଶା ଦେଖିବ।
from Odisha Reporter https://ift.tt/2TJG6y1
No comments:
Post a Comment