
ମୁମ୍ବାଇ: ବଲିଉଡ୍ର ଟପ୍ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଅନେକ ଦିନରୁ ଥିବା ସ୍ୱପ୍ନ ପୂରା ହେବାକୁ ଯାଉଛି। ଆଉ ତାଙ୍କର ଏହି ଖୁସିକୁ ସେ ଲୁଚାଇ ନ ପାରି ଟ୍ୱିଟ୍ କରି ନିଜ ଫ୍ୟାନ୍ଙ୍କୁ ଜଣାଇଛନ୍ତି। ଆପଣ ଏଠାରେ ଜାଣିବାକୁ ଚାହୁଁଥିବେ ଆଲିୟାଙ୍କ ବହୁଦିନରୁ ଏପରି କ’ଣ ସ୍ୱପ୍ନ ଥିଲା, ଯାହା ଏବେ ପୂରଣ ହେବାକୁ ଯାଉଛି ।
ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, ବଲିଉଡ୍ର ଲୋକପ୍ରିୟ ଡାଇରେକ୍ଟର୍ ସଞ୍ଜୟ ଲିଲା ଭଂସାଲି ଏବଂ ଦବଙ୍ଗ ଖାନ୍ ସଲମାନଙ୍କ ସହ ଆଲିୟା ଭଟ୍ଟ କାମ କରିବା ପାଇଁ ବହୁଦିନରୁ ସ୍ୱପ୍ନ ଦେଖୁଥିଲେ। ବଲିଉଡ୍ରେ ସେ ୭ ବର୍ଷ ଅଭିନୟ କରିବା ପରେ ଏହି ସ୍ୱପ୍ନ ଏବେ ପୂରା ହେବାକୁ ଯାଉଛି।
I was 9 when I first walked into Sanjay Leela Bhansali's office, all nervous and hoping and praying that I would be in his next film. It's been a long wait.
— Alia Bhatt (@aliaa08) March 19, 2019
ସଂଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ “ଇନ୍ସାଆଲ୍ଲା” (Inshallah)ରେ ଆଲିୟା ଭଟ୍ଟଙ୍କୁ ଆପଣ ଦେଖିବାକୁ ପାଇବେ। ଆଉ ଏହି ଫିଲ୍ମରେ ସଲମାନ ଖାନ୍ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି।
ଆଲିୟା ଭଟ୍ଟ ଏହି ଘଟଣାକୁ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଟ୍ୱିଟ୍ରରେ ଲେଖିଛନ୍ତି ଯେ, “ଖୋଲା ଆଖିରେ ସ୍ୱପ୍ନ ଦେଖିବା ଦରକାର ଆଉ ମୁଁ ଏହା କରିଛି। ବଲିଉଡ୍ରେ ସଞ୍ଜୟ ଲୀଲା ଭଂସାଲୀ ଆଉ ସଲମାନ ଦୁହେଁ ଧମାଲ୍ କରନ୍ତି। ମୁଁ ସେ ଦୁହିଁଙ୍କ ସହ କାମ କରିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ”। ଏହା ପୂର୍ବରୁ ଆଲିୟା ଏହା ଲେଖିଛନ୍ତି ଯେ, “ମୁଁ ଯେତେବେଳେ ୯ ବର୍ଷର ହୋଇଥିଲି ସେତେବେଳେ ସଞ୍ଜୟ ଲୀଲା ଭଂସାଲୀଙ୍କ ଅଫିସ୍ ଯାଇଥିଲି। ସବୁବେଳେ ମୁଁ ଚାହୁଁଥିଲି ଯେ, ମୁଁ ତାଙ୍କ ଆଗାମୀ ଫିଲ୍ମରେ କାମ କରିବି। ଆଉ ତାହା ଏବେ ସତ ହେଲା”।

ଆଲିୟା ଭଟ୍ଟଙ୍କ ଆଗାମୀ ଫିଲ୍ମ “କଲଙ୍କ” ଆସିବାକୁ ଯାଉଛି। କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା। ଫିଲ୍ମରେ ଆଲିଆ ଭଟ୍ଟଙ୍କ ସହ ବରୁଣ ଧୱନ୍, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍ ଓ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି। କରନ୍ ଜୋହର୍ଙ୍କ ବ୍ୟାନର୍ରେ ଏହି ଫିଲ୍ମକୁ ନିର୍ମାଣ କରାଯାଇଛି। ଲୋକମାନେ ମଧ୍ୟ ଏହି ଫିଲ୍ମର ଟିଜର୍କୁ ବହୁତ ପସନ୍ଦ କରିଛନ୍ତି।
from Odisha Reporter https://ift.tt/2FfCYQs
No comments:
Post a Comment