ବନ୍ଦ ହେବାକୁ ଯାଉଛି ଆମେରିକାର ଏହି ଲୋକପ୍ରିୟ ଟିଭି ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ବନ୍ଦ ହେବାକୁ ଯାଉଛି ଆମେରିକାର ଏହି ଲୋକପ୍ରିୟ ଟିଭି ଶୋ’

ୱାଶିଂଟନ୍‌: ଆମେରିକାର ଲୋକପ୍ରିୟ ଟିଭି ଶୋ’ “ସୁପର୍‌ ନାଚୁରାଲ୍‌” (SuperNatural)ର ଫ୍ୟାନ୍‌ମାନଙ୍କ ପାଇଁ ଏକ ଖରାପ ଖବର। ପ୍ରାୟ ୧୫ ବର୍ଷର ଏହି ପୁରୁଣା ଟିଭି ଶୋ’ ଏବେ ବନ୍ଦ ହେବାକୁ ଯାଉଛି। ଏହି ଖବର ଶୋ’ର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଜାରେଡ୍‌ ପାଡ଼ାଲେକି(Jared Padalecki), ଜେନ୍‌ସେନ୍‌ ଇକ୍‌ଲେସ୍‌(Jensen Ekles) ଏବଂ ମିଶ୍ରା କୋଲିଂସ୍‌(Misha Collins) ସୋଶାଲ୍‌ ମିଡିଆର ଜରିଆରେ ଦେଇଛନ୍ତି।

ଜାରେଡ୍‌ ପାଣ୍ଡଲି ନିଜର ସୋସିଆଲ୍‌ ଆକାଉଣ୍ଟ ଟ୍ୱିଟର୍‌ରେ ଏକ ଭିଡିଓ ସେୟାର୍‌ କରି ଏହି ସୂଚନା ଦେଇ କହିଛନ୍ତି ଯେ, ବହୁତ ଶୀଘ୍ର “ସୁପର୍‌ ନାଚୁରାଲ୍‌”ର ୧୫ ତମ ଏପିସୋଡ୍‌ ଆସିବାକୁ ଯାଉଛି । ଆଉ ଏହା ଏହି ଶୋ’ର ଶେଷ ଏବଂ ଫାଇନାଲ୍‌ ସିଜିନ୍‌ ହେବ। ଏହା ସହ ସେ ତାଙ୍କ ଶୋ’ର ଫ୍ୟାନ୍‌ମାନଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦେଇଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ସିଡବ୍ଲ୍ୟୁସି ଟେଲିଭିଜନ୍‌ ନେଟ୍‌ୱାର୍କ (CDW television network)ର ଏହି ଶୋ’ ଆମେରିକାରେ ବହୁତ ଲୋକପ୍ରିୟ ଅଛି। ଏହାର ପ୍ରଥମ ଭାଗ ୨୦୦୫ରେ ତିଆରି କରାଯାଇଥିଲା। ଏହା ସହ ଏହି ଶୋ’ର ପ୍ରାୟ ସବୁ ଭାଗକୁ ଦର୍ଶକ ପସନ୍ଦ କରିଥିଲେ।

ସୁପର୍‌ ନାଚୁରାଲ୍‌ର କାହାଣୀ  ଦୁଇ ଭାଇଙ୍କ ଉପରେ ଆଧାରିତ। ଏହି କାହାଣୀରେ ଦୁଇ ଭାଇ ତାଙ୍କ ବାପାଙ୍କ ପାଦ ଚିହ୍ନ ଦେଖି ଚାଲୁଛନ୍ତି। ଆଉ ଏହି ସବୁ ଭିତରେ ସେ ଅନେକ ଆତ୍ମାଙ୍କର ମଧ୍ୟ ସାମ୍ନା କରୁଛନ୍ତି।



from Odisha Reporter https://ift.tt/2V06yAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages