ଭୁଲ୍‌ରେ ବି ଏହି ୫ଟି ଜିନଷରେ ଗୋଡ଼ ମାରନ୍ତୁ ନାହିଁ, ନହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ଭୁଲ୍‌ରେ ବି ଏହି ୫ଟି ଜିନଷରେ ଗୋଡ଼ ମାରନ୍ତୁ ନାହିଁ, ନହେଲେ…

ଭୁବନେଶ୍ଵର(ଓଡିଶା ରିପୋର୍ଟର): ଚାଲୁଥିବା ସମୟରେ ବେଳେବେଳେ ଆମ ଅଜାଣତରେ କେଉଁଠି କେଉଁଠି ଗୋଡ଼ ବାଜିଯାଏ। କିଛି ଲୋକ ଜାଣତରେ ବି କାହାକୁ ଗୋଇଠା ମାରି ଦେଇଥାନ୍ତି। ଶାସ୍ତ୍ର ଅନୁଯାୟୀ ଏହା ବହୁତ ଖରାପ ଅଭ୍ୟାସ। ଏହାଦ୍ୱାରା ଆମ ନିଜର ହିଁ ଅନିଷ୍ଠ ହୋଇଥାଏ। ଅଜାଣତରେ କାହା ଦେହରେ ଗୋଡ଼ ବାଜିଗଲେ ଆମେ ତୁରନ୍ତ ‘ବିଷ୍ଣୁ’ ବୋଲି କହି ‍କ୍ଷମା ମାଗିନେଉ। କିନ୍ତୁ ଶାସ୍ତ୍ର କହୁଛି, ଏହାଦ୍ଵାରା ଆମେ ପାପରୁ ମୁକ୍ତି ପାଇପାରୁ ନାହିଁ। ଶାସ୍ତ୍ରରେ ଏମିତି ୫ଟି ଜିନିଷ ଅଛି ଯାହାଠାରେ ଗୋଡ଼ ଭୁଲ୍‌ରେ ବି ବାଜିବା ଅନୁଚିତ। ଏଥିପ୍ରତି ଆମେ ଦୃଷ୍ଟି ଦେବା ଆବଶ୍ୟକ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ।

୧) ଅଗ୍ନି:  ସକଳ ଶକ୍ତିର ଆଧାର ହେଉଛନ୍ତି ଅଗ୍ନି। କେବଳ ହିନ୍ଦୁଧର୍ମ ନୁହେଁ, ଅନ୍ୟ ଧର୍ମରେ ବି ଏହାକୁ ଦେବତା ଭାବେ ପୂଜା କରାଯାଏ। ହିନ୍ଦୁଶାସ୍ତ୍ରରେ ଅଗ୍ନିଙ୍କ ପାଇଁ ସ୍ଵତନ୍ତ୍ର ପୂଜା ବିଧି ରହିଛି। ଯେହେତୁ ଅଗ୍ନି ବା ନିଆଁ ହେଉଛନ୍ତି ଦେବତା, ତେଣୁ ତାଙ୍କଠାରେ ଗୋଡ଼ ମାରନ୍ତୁ ନାହିଁ ବା ଆଘାତ ଦିଅନ୍ତୁ ନାହିଁ।

୨) ପାଣି: ଶାସ୍ତ୍ର ଅନୁଯାୟୀ ପାଣି ହେଉଛି ମା’ ଗଙ୍ଗାଙ୍କ ରୂପ। ଯିଏ କି ମହାଦେବଙ୍କ ଜଟାରୁ ଆଭିର୍ଭାବ ହୋଇଥିଲେ।  ତେଣୁ ପାଣି ଥିବା ପାତ୍ରକୁ କେବେ ହେଲେ ଗୋଡ଼ ଲଗାନ୍ତୁ ନାହିଁ କି ଗୋଇଠା ମାରି ଅପମାନ କରନ୍ତୁ ନାହିଁ। ଏଭଳି କଲେ ଦେବୀ ଗଙ୍ଗା  ରାଗିଯିବେ ଓ ଆପଣଙ୍କୁ ଦିନେ ନା ଦିନେ ପାଣି ପାଇଁ ହଟହଟା ହେବାକୁ ପଡ଼ିପାରେ।

୩) ଗୋମାତା:  ହିନ୍ଦୁ ଧର୍ମରେ ଗୋରୁ ଗାଈଙ୍କୁ ମା’ ହିସାବରେ ଗ୍ରହଣ କରାଯାଏ। ଅଗ୍ନି ଓ ଜଳ ପରି ଗୋମାତା ମଧ୍ୟ ଦେବୀ, ଯାହାଙ୍କୁ ଆମେ ପୂଜା କରିଥାଉ। ତେଣୁ କୌଣସି ସମୟରେ ବି ଗୋମାତାଙ୍କଠାରେ ଗୋଡ଼ ଲଗାନ୍ତୁ ନାହିଁ। କିମ୍ବା କ୍ରୋଧରେ ତାଙ୍କୁ ଗୋଇଠା ମାରନ୍ତୁ ନାହିଁ।

୪) ଛୋଟ ଛୁଆ: ଶାସ୍ତ୍ର ଅନୁଯାୟୀ ଶିଶୁଙ୍କ ଦେହରେ ସ୍ଵୟଂ ଭଗବାନ ବିରାଜମାନ କରିଥାନ୍ତି। ପିଲାମାନେ ଦୁନିଆର ମୋହ ମାୟାରୁ ବହୁ  ଦୂରରେ। ତାଙ୍କ ଭିତରେ କୌଣସି ପ୍ରକାର ପାପ ଓ ଖରାପ ଚିନ୍ତା ନଥାଏ। ସେମାନେ ଈଶ୍ଵରଙ୍କ ପରି ପବିତ୍ର ହୋଇ ରହିଥାନ୍ତି। ତେଣୁ ପିଲାଙ୍କ ଦେହରେ ଭୁଲ୍‌ରେ ବି ଗୋଡ଼ ବଜାନ୍ତୁ ନାହିଁ।

୫) ଭାତ ହାଣ୍ଡି: ଭାତ ହାଣ୍ଡିରେ ଗୋଡ଼ ମାରିବା ଉଚିତ୍‌ ନୁହେଁ। ଏହା କେବେକି ଗ୍ରହଣୀୟ ନୁହେଁ। କାରଣ ଅନ୍ନରେ ମା’ ଲକ୍ଷ୍ମୀଙ୍କ ବାସ ଥାଏ। ତେଣୁ ଆପଣ ଅନେକଙ୍କ ଘରେ ଭାତହାଣ୍ଡି ପୂଜା ହେଉଥିବା ମଧ୍ୟ ଦେଖିଥିବେ। ଅନ୍ନର ଅପମାନ ହେଉଛି ମା’ ଲକ୍ଷ୍ମୀଙ୍କ ଅପମାନ। ତେଣୁ ଗୋଇଠା ମାରିବା ତ ଦୂର ଥାଉ ଭୁଲରେ ବି ଭାତ ହାଣ୍ଡିରେ ଗୋଡ଼ ମାରନ୍ତି ନାହିଁ। ନହେଲେ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ିଯିବ। ଫଳରେ ଘରେ ଅଭାବ ଅନଟନର ସମସ୍ୟା ଉପୁଜିପାରେ।

 



from Odisha Reporter https://ift.tt/2CMM2Mn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages