ମାସୁଦ ସପକ୍ଷରେ ପୁଣି ଚୀନ୍‌ର ଓକିଲାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ମାସୁଦ ସପକ୍ଷରେ ପୁଣି ଚୀନ୍‌ର ଓକିଲାତି

ବେଜିଂ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦରେ ସମର୍ଥନ କରିଥିବା ପାକିସ୍ତାନର ବନ୍ଧୁ ଚୀନ୍‌ ନିଜର ନିଷ୍ପତ୍ତିକୁ ଯର୍ଥାଥ ଦର୍ଶାଇଛି। ଏଥିସହ ଚୀନ୍‌ ପୁଣିଥରେ ଜୈଶର ପ୍ରତିଷ୍ଠାତା ମାସୁଦର ଓକିଲାତି କରିଛି।

ଚୀନ୍‌ ମାସୁଦ ସପକ୍ଷରେ ଯାଇ ଠିକ୍‌ କରିଛି ଏବଂ ଏହା ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନାର ବାଟ ଫିଟାଇଛି। ଏବେ ଦୁଇ ପକ୍ଷ ଆଲୋଚନା କରି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଆଗେଇ ଆସିବା ଦରକାର ବୋଲି ବେଜିଂ ପକ୍ଷରୁ କୁହାଯାଇଛି। ଏଥିସହ ମାସୁଦ ବିରୋଧରେ ଆସିଥିବା ସମସ୍ତ ତଥ୍ୟକୁ ତର୍ଜମା କରିବାକୁ ସମୟ ଦରକାର ବୋଲି ବେଜିଂ ପକ୍ଷରୁ କୁହାଯାଇଛି।

ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍‌ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ଚୀନ୍‌ ମାସୁଦ ସପକ୍ଷରେ ଯିବା ସହ ଏହି ପ୍ରସ୍ତାବ ଉପରେ ‘ଟେକ୍ନିକାଲ ହୋଲଡ୍‌’ କରିଥିଲା।

ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି, “ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ଚୀନ୍‌ ଏଭଳି ପଦକ୍ଷେପ ନେଇଛି। ଏବେ ଦୁଇ ପକ୍ଷ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବା ଦରକାର। ଆମେ ଟେକ୍ନିକାଲ ହୋଲଡ୍‌ କରିଛୁ। ଅର୍ଥାତ ମାସୁଦ ବିରୋଧରେ ଆସିଥିବା ସମସ୍ତ ଅଭିଯୋକ ବର୍ତ୍ତମାନ ତର୍ଜମା କରିଯିବ। ଏହି ତର୍ଜମା ସମୟସୀମା ମଧ୍ୟରେ ଦୁଇ ପକ୍ଷ ଆଲୋଚନା ପାଇଁ ସମୟ ପାଇବେ। ଏହି ପ୍ରସଙ୍ଗରେ ଚୀନ୍‌ ଦୁଇ ପକ୍ଷଙ୍କୁ ଆଲୋଚନା ଟେବୁଲକୁ ଆଣିବାକୁ ପୂରା ଉଦ୍ୟମ କରିବ। ଚୀନ୍‌ ଭାରତ ବିରୋଧରେ ଯାଇ ନାହିଁ। ମାସୁଦକୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ଆହୁରି ପ୍ରମାଣ ଦରକାର। ତଥାପି ଆମେ ଏ ବିଷୟରେ ତର୍ଜମା କରୁଛୁ। ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ଥର ପରସ୍ପରକୁ ସାକ୍ଷାତ କରିଛନ୍ତି। ଉଭୟ ଦେଶ ଏକାଠି କାର୍ଯ୍ୟ କରିବାକୁ ମଧ୍ୟ ରାଜି ହୋଇଛନ୍ତି। ଚୀନ୍‌ ସର୍ବଦା ଭାରତ ସହ ଏକାଠି ମିଶି ବିକାଶ କରିବାକୁ ଚାହେଁ।”

କଶ୍ମୀର ପ୍ରସଙ୍ଗରେ ଲୁ କାଙ୍ଗ କହିଛନ୍ତି, “ ଏହା ଭାରତ-ପାକ୍‌ର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଆମେ ଆଶା କରୁଛୁ ଉଭୟ ଦେଶ ପରସ୍ପର ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ।”



from Odisha Reporter https://ift.tt/2FbfSLP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages