ହାତ ଧରିଲେ ଯଜ୍ଞେଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ହାତ ଧରିଲେ ଯଜ୍ଞେଶ୍ୱର

congress1

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

ଯଜ୍ଞେଶ୍ୱର କହିଛନ୍ତି ଯେ ସବୁ ବିକଳ୍ପକୁ ଅନୁଧ୍ୟାନ କଲା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ନୀତି ଓ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଛି। ତାଙ୍କ ଦ୍ୱାରା ଯାହା ସମ୍ଭବ ହୋଇପାରିବ, ତାହା ସେ କଂଗ୍ରେସ ପାଇଁ କରିବେ।

ଯଜ୍ଞେଶ୍ୱର ବିଜେଡିରେ ଥିଲେ। ପରେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଓଡ଼ିଶା ଜନମୋର୍ଚ୍ଚା ଗଠନ କରିବା ପରେ ସେ ସେଥିରେ ଯୋଗ ଦେଇଥିଲେ।
ଆଜି ଯଜ୍ଞେଶ୍ୱରଙ୍କ ସହିତ ବିଜେପିର କିଛି କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।



from Odisha Reporter https://ift.tt/2O5SjH3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages