ଟିକେଟ ହଟଚମଟକୁ ନେଇ ବ୍ରହ୍ମପୁରରେ ତେଜିଲା ବିଦ୍ରୋହ ସ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଟିକେଟ ହଟଚମଟକୁ ନେଇ ବ୍ରହ୍ମପୁରରେ ତେଜିଲା ବିଦ୍ରୋହ ସ୍ୱର

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଟିକଟ ଘୋଷଣା ପୂର୍ବରୁ ବ୍ରହ୍ମପୁର ବିଜେଡିରେ ବିଦ୍ରୋହର ପଦଧ୍ୱନୀ। ବ୍ରହ୍ମପୁରର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ଚର୍ଚ୍ଚା ପରେ ବିଜେଡିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏହାକୁ ନେଇ ବ୍ରହ୍ମପୁରରେ ଆଜି ଅପରାହ୍ନରେ ବିଜେଡିର ଏକ କର୍ମୀ ସମ୍ମିଳନୀ ବସିଥିଲା। ଯେଉଁଥିରେ ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରାଯାଇଥିଲା।

ବୈଠକ ପରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା କହିଛନ୍ତି-“ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ବାରମ୍ବାର ଡାକି ଅନ୍ୟ ବିକଳ୍ପ କଥା କହୁଛନ୍ତି। ଯେଉଁମାନେ ଅନ୍ୟଦଳରୁ ବିଜେଡିକୁ ଆସିଛନ୍ତି, ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଉ। ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନଦେଲେ ଅସନ୍ତୋଷ ବଢ଼ିବ।”

ସେପଟେ ଚ୍ୟାଉ ପଟ୍ଟନାୟକ କହିଛନ୍ତି,“ଟିକଟକୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ରହେ। ତେବେ ମୁଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକଟ ପାଇଁ ଅବଗତ କରିଛି।”

 



from Odisha Reporter https://ift.tt/2u882MT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages