
ମୁମ୍ବାଇ: ଆସନ୍ତା ସୋମବାର ଦିନ ମୁମ୍ବାଇରେ ଆଇପିଏଲ୍ର ୧୨ତମ ସଂସ୍କରଣର ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା ହେବ। ଦେଶରେ ନିର୍ବାଚନ ଋତୁ ଚାଲିଥିବାରୁ ବିସିସିଆଇ ପକ୍ଷରୁ ମାତ୍ର ଏପ୍ରିଲ ୫ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୧୭ଟି ମ୍ୟାଚ୍ର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା।
ମାର୍ଚ୍ଚ ୨୩ରୁ ଆଇପିଏଲ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ତାରିଖ ଘୋଷଣା ସମୟରେ ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ ନିର୍ବାଚନ ତାରିଖକୁ ବିଚାରକୁ ନେଇ ଆଇପିଏଲ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ତଦ୍ନୁଯାୟୀ, ସୋମବାର ଦିନ ମୁମ୍ବାଇରେ ସିଓଏ କମିଟି ବୈଠକ ବସିବ। ଏହାପରେ ଆଇପିଏଲ୍ର ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇବ।
from Odisha Reporter https://ift.tt/2VXKnui
No comments:
Post a Comment