
ନୂଆଦିଲ୍ଲୀ: ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ଚଳିତ ଆଇପିଏଲରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦୁହେଁ ପ୍ରଥମ ୱିକେଟ ପାଇଁ ରେକର୍ଡ ୧୮୫ ରନର ପାର୍ଟନରଶିପ୍ କରି ଗୌତମ ଗମ୍ଭୀର ଓ କ୍ରିସ ଲିନଙ୍କୁ ପଛରେ ପକାଇଛନ୍ତି।
୨୦୧୭ରେ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚରେ ଗମ୍ଭୀର ଓ ଲିନ୍ ପ୍ରଥମ ୱିକେଟ ପାଇଁ ୧୮୪ ରନ୍ କରିଥିଲେ। ଏହାଛଡ଼ା ୱାର୍ଣ୍ଣର ଓ ବେୟାରଷ୍ଟୋ ଆଉ କିଛି ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ଦୁହେଁ କ୍ରମାଗତ ତୃତୀୟ ମ୍ୟାଚରେ ୧୦୦ରୁ ଅଧିକ ରନର ପାର୍ଟନରଶିପ କରିବାରେ ନୂଆ ଆଇପିଏଲ ରେକର୍ଡ କରିଛନ୍ତି।
ଲିଗର ପ୍ରଥମ ମ୍ୟାଚରେ ଏହି ଯୋଡ଼ି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୧୧୮ ରନ୍, ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୧୦ ରନ୍ ଏବଂ ଆଜି ଆରସିବି ବିପକ୍ଷରେ ୧୮୫ ରନର ରେକର୍ଡ ଓପନିଂ ପାର୍ଟନରଶିପ୍ କରିଛନ୍ତି। ଏହାଛଡ଼ା ଆଇପିଏଲ ଇତିହାସରେ ଦୁହେଁ ଦ୍ୱିତୀୟ ଓପନିଂ ଯୋଡ଼ି ଭାବେ ଏକାଠି ଶତକ ମାରି ମଧ୍ୟ ମାରିବାର କୀର୍ତ୍ତିମାନ କରିଛନ୍ତି। ପୂର୍ବରୁ ୨୦୧୬ରେ ଆରସିବିର ବିରାଟ କୋହଲି ଓ ଏବି ଡି’ଭିଲିୟର୍ସ ମଧ୍ୟ ଶତକ ମାରିଥିଲେ।
from Odisha Reporter https://ift.tt/2WD1wdb
No comments:
Post a Comment