୬ ମାସ ଘୁଞ୍ଚିଲା ପାନ୍‌-ଆଧାର ଲିଙ୍କ ଶେଷ ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

୬ ମାସ ଘୁଞ୍ଚିଲା ପାନ୍‌-ଆଧାର ଲିଙ୍କ ଶେଷ ତାରିଖ

ନୂଆଦିଲ୍ଲୀ: ପାନ୍ ଏବଂ ବାୟୋମେଟ୍ରିକ୍ ଆଇଡି ଆଧାର ସଂଯୋଗୀକରଣ ଅବଧିକୁ ଆଉ ୬ ମାସ ବଢ଼ାଇ ଦିଆଯାଇଛି। ଏବେ ଯାଏ ପାନ୍ ସହିତ ଆଧାର ଲିଙ୍କ କରି ନଥିବା ଲୋକେ ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ଯାଏ ଆଧାର ଲିଙ୍କ କରିପାରିବେ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି।

ସରକାର ଏଥରକୁ ମିଶାଇ ୬ ଥର ପାନ୍-ଆଧାର ଲିଙ୍କ ଅବଧି ବଢ଼ାଇ ଦେଇଛନ୍ତି। ଗତବର୍ଷ ଜୁନ୍‌ରେ ସରକାର କହିଥିଲେ ୨୦୧୯ ମାର୍ଚ୍ଚ ୩୧ କିମ୍ବା ଏହା ପୂର୍ବରୁ ପାନ୍ ସହିତ ଆଧାର ଲିଙ୍କ କରିବାକୁ ହେବ। ଏପ୍ରିଲ ୧ ତାରିଖରୁ ଅନ୍ୟପକ୍ଷରେ ଆୟକର ରିଟର୍ଣ୍ଣ ସମୟରେ ଆଧାର ବାଧ୍ୟତାମୂଳକ ହେବ।

ଆଧାର ଲିଙ୍କ ହୋଇନଥିବା ପାନ୍ କାର୍ଡ ହୁଏତ ବନ୍ଦ କରିଦିଆଯାଇପାରେ, ତେଣୁ ସମସ୍ତେ ଆଧାର ସଂଯୋଗ କରିବା ପାଇଁ ଏହି ଅବଧି ବଢ଼ାଯାଇଥିବା କୁହାଯାଉଛି।



from Odisha Reporter https://ift.tt/2HSKeFA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages