
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ) ଘରର ସୌନ୍ଦର୍ଯ୍ୟ ପାଇଁ ଆମେ ସଜେଇ ଥାଉ। ବାହାରକୁ ଆକର୍ଷଣ ଦେଖାଯିବା ପାଇଁ କିଏ କେତେ ପ୍ରକାର ଜନିଷ ବ୍ୟବହାର କରିଥାନ୍ତି। ସେଥି ମଧ୍ୟରୁ ପରଦା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଘରର ରଙ୍ଗକୁ ମ୍ୟାଚ୍ କଲା ଭଳି ପରଦା କିଣିବାକୁ ଲୋକେ ପସନ୍ଦ କରୁଛନ୍ତି। ହେଲେ ଏହି ପରଦା ବ୍ୟବହାରରେ ମଧ୍ୟ ବାସ୍ତୁ ନିୟମ ରହିଛି। ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗ ଓ କୋଣରେ କେଉଁ ରଙ୍ଗର ପରଦା ଲଗାଇବା ଉଚିତ।
୧- ଈଶାନ (ଉତ୍ତର-ପୂର୍ବ)କୋଣରେ ଧଳା, କ୍ରିମ୍ କିମ୍ୱା ହଳଦିଆ ରଙ୍ଗର ପରଦା ଲଗାନ୍ତୁ।
୨- ଅଗ୍ନି କୋଣରେ ଲାଲ୍, ମେରୁନ କିମ୍ୱା ସିନ୍ଦୂର ରଙ୍ଗର ପରଦା ଲଗାଇବା ଉଚିତ।
୩- ଦକ୍ଷିଣ-ପଶ୍ଚିମ କୋଣରେ ସବୁଜ ଓ କଳା ରଙ୍ଗର ପରଦା ଲଗାଇବା ଉଚିତ।
୪- ଉତ୍ତର-ପଶ୍ଚିମ କୋଣରେ ନୀଳ, ପାଉଁସିଆ ଓ ବାଇଗଣୀ ରଙ୍ଗର ପରଦା ଲଗାନ୍ତୁ।
ବାସ୍ତୁ ଅନୁସାରେ ଏହିପରି ରଙ୍ଗର ପରଦା ଲଗାଇବା ଦ୍ୱାରା ପରିବାର ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ବଜାୟ ରହେ।
from Odisha Reporter https://ift.tt/2HpFR3Z
No comments:
Post a Comment