
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଛି। ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ।
ଏଥର ରାଜ୍ୟରେ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ। ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ସକାଳ ୯ଟା ୩୦ରେ ଏଗ୍ଜାମିନେସନ୍ ମ୍ୟାନେଜ୍ମେଣ୍ଟ୍ ହବ୍ରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ପୂରା ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ୱାଚ୍ ଏବଂ କାଲ୍କୁଲେଟର ଆଣିବାକୁ ବ୍ୟାନ୍ କରାଯାଇଛି।
ତେବେ ମ୍ୟାଟ୍ରିକ୍ ପରୀକ୍ଷା ଭଳି ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନ ହୁଏ, ସେଥିପାଇଁ ତ୍ରି-ସ୍ତରୀୟ ସ୍କ୍ୱାଡ୍ ଓ ପର୍ଯ୍ୟାପ୍ତ ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ମାର୍ଚ୍ଚ ୩୦ତାରିଖରେ ଏହି ପରୀକ୍ଷା ଶେଷ ହେବ।
from Odisha Reporter https://ift.tt/2u2ydEN
No comments:
Post a Comment