
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ନବୀନ ନିବାସରେ ଟିକେଟ କସରତ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଟିକେଟକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି। ବିରୋଧୀ ଗୋଷ୍ଠୀର କର୍ମୀମାନେ ରାସ୍ତାରେ ବସି ରହିଛନ୍ତି। ଫଳରେ ନବୀନ ନିବାସ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଛି।
ବିରୋଧୀ ଗୋଷ୍ଠୀର ଜଣେ ସଦସ୍ୟ କହିଛନ୍ତି,“ ବିଧାୟକ ପ୍ରମୋଦ ମଲ୍ଲିକ ଲୋକମାନଙ୍କ ଠାରୁ ଲାଞ୍ଚ ନେଉଛନ୍ତି। ତାଙ୍କର ଗ୍ୟାଙ୍ଗଷ୍ଟାରଙ୍କ ସହ ସଂପୃକ୍ତି ରହିଛି। ଶୌଚାଳୟ, ବିଧବା ଭତ୍ତା ଓ ଇନ୍ଦିରା ଆବାସ କରାଇଦେବାଲାଗି ହିତାଧିକାରୀଙ୍କଠାରୁ ପିସି ନେଉଛନ୍ତି। ଆମର କର୍ମୀଙ୍କୁ ସେ ଗୁଣ୍ଡା ଲଗାଇ ମାଡ଼ ମାରିଛନ୍ତି। ନବୀନ ବାବୁ ତାଙ୍କୁ ତାଙ୍କ ପଦବୀରୁ ହଟାଇ ଦିଅନ୍ତୁ। ସେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଖରାପ କରୁଛନ୍ତି।”
from Odisha Reporter https://ift.tt/2CDHozQ
No comments:
Post a Comment