୧୦୪ ବର୍ଷ ମହିଳାଙ୍କ ଶେଷ ଇଚ୍ଛା ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

୧୦୪ ବର୍ଷ ମହିଳାଙ୍କ ଶେଷ ଇଚ୍ଛା ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ…

ଲଣ୍ଡନ:ସାଧାରଣତଃ ଜୀବନର ଶେଷ ସମୟରେ ସମସ୍ତଙ୍କ ଇଚ୍ଛା ଥାଏ ନିଜ ପରିବାର ସହ ସମୟ ବିତାଇବାକୁ ଏବଂ ଭଗବାନଙ୍କୁ ସ୍ମରଣ କରିବାକୁ । ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଇଂଲଣ୍ଡରେ। ଏଠାରେ ଜଣେ ଶତାୟୂ ମହିଳାଙ୍କ ଇଚ୍ଛା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ମହିଳାଙ୍କୁ ବୟସ ଆସି ୧୦୪ ଛୁଇଁଲାଣି।  ହେଲେ ପୂରଣ ହୋଇ ପାରି ନ ଥିବା ଇଚ୍ଛା ସମ୍ପର୍କରେ ଯେତେବେଳେ ପଚରାଗଲା, ସେତେବେଳେ ତାଙ୍କ ଉତ୍ତର ଅନ୍ୟମାନଙ୍କ ହୋସ୍‌ ଉଡ଼ାଇ ଦେଲା ।

ଇଚ୍ଛାର କୌଣସି ସୀମା ସରହଦ ନାହିଁ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହା ପୂରଣ ହୋଇପାରେ ନାହିଁ। ଇଂଲଣ୍ଡରେ ରହୁଥିବା ୧୦୪ ବର୍ଷୀୟା ଏନି ବ୍ରୋକେନ୍‌ବ୍ରୋ ନାମ୍ନୀ ମହିଳାଙ୍କର ସେମିତି ଏକ ଇଚ୍ଛା ଥିଲା ଯାହାକି ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ ।  ଏବେ ସେ ଏ ସମ୍ପର୍କରେ ବଖାଣିବାରୁ ତାଙ୍କ ସ୍ୱପ୍ନ ପୂରଣ ଲାଗି ଅଣ୍ଟା ଭିଡ଼ିଛି ସେଠାକାର ପୁଲିସ୍‌।

ଏନିଙ୍କର  ସେମିତି କିଛି ବଡ଼ ସ୍ୱପ୍ନ ନ ଥିଲା, ଯାହାକୁ ପୂରଣ କରିବାକୁ ବହୁତ ଟଙ୍କା ଦରକାର। ତଥାପି ଏହାକୁ ପୂରଣ କରିବାକୁ ତାଙ୍କୁ ଜୀବନକାଳ ଲାଗିଗଲା। ତାହା ହେଉଛି ଜେଲ୍‌ ଯିବା। ଏହି ବୃଦ୍ଧାଜଣକ ନିଜ ଜୀବନକାଳ ମଧ୍ୟରେ ସବୁବେଳେ ଆଇନଶୃଙ୍ଖଳା ମାନୁଥିବା ବେଳେ କେବେ ବି କୌଣସି ଅପରାଧ କରି ନାହାନ୍ତି। ତେଣୁ ଜେଲ୍‌ ଯିବା ତାଙ୍କ ପାଇଁ ଏକ ସ୍ୱପ୍ନ ହୋଇ ରହି ଯାଇଥିଲା।

 

ଏନି ଏକ କେୟାର ହୋମ୍‌ରେ ନିଜ ଶେଷ ଜୀବନ ଅତିବାହିତ କରୁଛନ୍ତି। ଏହି ସମୟରେ ତାଙ୍କ ଦ୍ୱାରା ଏକ ଫର୍ମ ଫିଲ୍‌ଅପ୍‌ କରାଗଲା ଯେଉଁଥିରେ ତାଙ୍କ ଶେଷ ଇଚ୍ଛା ବିଷୟରେ ଉଲ୍ଲେଖ କରିବାକୁ କୁହାଯାଇଥିଲା। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ୧୦୪ ବର୍ଷର ହେବା ସତ୍ତ୍ୱେ କେବେ ବି କୌଣସି ଅପରାଧରେ ସମ୍ପୃକ୍ତ ହୋଇ ନାହିଁ । ତେଣୁ  ଜେଲ୍‌ ଯିବାର କେବେବି ସୁଯୋଗ ମିଳି ନାହିଁ।

ଏହା ଜାଣି ଲୋକାଲ୍‌ ପୁଲିସ ପକ୍ଷରୁ ତୁରନ୍ତ  କୁହାଯାଇଥିଲା ଯେ, ଆମକୁ ଜଣେ ବୃଦ୍ଧାଙ୍କ ଏପରି ଇଚ୍ଛା ଶୁଣି ବହୁତ ଖୁସି ଲାଗୁଛି। ଖୁବ୍‌ ଶୀଘ୍ର ଟିମ୍‌ ପଠାଇ ଆମେ ତାଙ୍କୁ ଗିରଫ କରିବାର ବ୍ୟବସ୍ଥା କରୁଛୁ। ଏହାପରେ ପୋଲିସ ସେଠାରେ ପହଞ୍ଚି ଏନିଙ୍କୁ ଗିରଫ କରିଛି। ଏହି ଘଟଣା ଏନିଙ୍କୁ ଖୁବ୍‌ ଖୁସି ଦେଇଥିବା ସେ କହିଛନ୍ତି।



from Odisha Reporter https://ift.tt/2Wm5E0X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages