ଲୋକଙ୍କ ଆଶୀର୍ବାଦ କାମନା କଲେ ବିଜେପିର ଏକାମ୍ର ପ୍ରାର୍ଥୀ ବାବୁ ସିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଲୋକଙ୍କ ଆଶୀର୍ବାଦ କାମନା କଲେ ବିଜେପିର ଏକାମ୍ର ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ଏକାମ୍ର ଆସନ ନିମନ୍ତେ ବିଜେପି ପ୍ରାର୍ଥୀ ବାବୁ ସିଂ ବିଜେପିର କିଛି ବରିଷ୍ଠ ନେତୃବୃନ୍ଦଙ୍କ ସହ ଏକାମ୍ର ଅଞ୍ଚଳର ବିଭିନ୍ନ ବସ୍ତି ,ଭୀମଟାଙ୍ଗି ଓ ବରମୁଣ୍ଡାକୁ ଯାଇ ସେଠିକାର ବାସିନ୍ଦା ମାନଙ୍କ ସହ ସ୍ଥାନୀୟ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରିବା ସହ ନିର୍ବାଚିତ ହେଲେ ଏହାର ସମାଧାନ ନିମନ୍ତେ ଧ୍ୟାନ ଦେବେ ବୋଲି ଦୃଢ ପ୍ରତିଶୁତି ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କାଳରେ ଶ୍ରୀ ସିଂ କହିଥିଲେ ଯେ ଚଳିତ ନିର୍ବାଚନରେ ଲୋକେ ତାଙ୍କୁ ଆଶୀର୍ବାଦ ଦେଇ ନିର୍ବାଚିତ କଲେ ଚଳିତ ଦୀର୍ଘ ୧୯ ବର୍ଷର ସରକାର ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିପାରିନାହାନ୍ତି, ତାହା ସେ କରି ଦେଖେଇବାକୁ ଦୃଢ଼ ପରିକରବଦ୍ଧ। ତାଙ୍କର ଏହି ମୂଳ ଉଦ୍ଦେଶ୍ୟ ସାଧିତ ହେବା ନିମନ୍ତେ ଏକ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ। ଏଥି ନିମନ୍ତେ ସମଗ୍ର ଏକାମ୍ରବାସୀ ତାଙ୍କୁ ଆଶୀର୍ବାଦ କରି ନିର୍ବାଚନରେ ଜୟଯୁକ୍ତ କରିବା ପାଇଁ ବିନମ୍ର ନିବେଦନ କରିଥିଲେ।



from Odisha Reporter https://ift.tt/2Ox7yJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages