
ନୂଆଦିଲ୍ଲୀ: ମିଶନ୍ ଶକ୍ତିରେ ନିମ୍ନ ଭୂକକ୍ଷରେ ଅବସ୍ଥାପିତ ସ୍ୟାଟେଲାଇଟ୍କୁ ଧ୍ୱଂସ କରିବାର ସଫଳତା ପରେ ବର୍ତ୍ତମାନ ଆଉ ଏକ ବଡ଼ ମହାକାଶ ମିଶନ୍ରେ ବାହାରିଛି ଭାରତ। ଆସନ୍ତା ଏପ୍ରିଲ୧ ତାରିଖରେ ପିଏସ୍ଏଲ୍ଭିର ଏଭଳି ଏକ ମିଶନ୍ରେ ନୂତନ ପର୍ଯ୍ୟବେକ୍ଷକ ସ୍ୟାଟେଲାଇଟ୍ ଲଞ୍ଚ କରାଯିବ। ଏହି ଉତ୍କ୍ଷେପଣ କାର୍ଯ୍ୟକ୍ରମ ଅନ୍ୟ କିଛି କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିବ।
ଏହା ଏଭଳି ଏକ ମିଶନ୍ ଯେଉଁଥିରେ ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ସାଧାରଣ ଦର୍ଶକମାନଙ୍କୁ ଉତ୍କ୍ଷେପଣ ଦେଖିବାକୁ ନିମନ୍ତ୍ରଣ କରୁଛି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ୩ଟି କକ୍ଷପଥରେ ସ୍ୟାଟେଲାଇଟ୍ ଅବସ୍ଥାପିତ କରାଯିବ, ଯାହାକି ପ୍ରଥମ ଥର ପାଇଁ ଘଟୁଛି। ଗୋଟିଏ ଥରରେ ୩ଟି କାମ ହୋଇପାରୁଥିବାରୁ ଏହା ଇସ୍ରୋର ଖର୍ଚ୍ଚକାଟ୍ରେ ମଧ୍ୟ ସହାୟକ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ଭାରତ ମିଶନ୍ ଶକ୍ତି କାର୍ଯ୍ୟକ୍ରମରେ ଆଣ୍ଟି ସ୍ୟାଟେଲାଇଟ୍ ମିସାଇଲ୍ ପରୀକ୍ଷଣ କରିଥିଲା। ଏହାର ମାତ୍ର କିଛି ଦିନ ପରେ, ଏପ୍ରିଲ ୧ର ଉତ୍କ୍ଷେପଣରେ ଏକାଥରେ ୨୯ଟି ସ୍ୟାଟେଲାଇଟ୍ ମହାକାଶକୁ ପଠାଯିବ। ପ୍ରଥମ ଥର ପାଇଁ ଗୋଟିଏ ଉଡ଼ାଣରେ ୩ଟି କକ୍ଷପଥରେ ସ୍ୟାଟେଲାଇଟ୍ ଅବସ୍ଥାପିତ ହେବାକୁ ଯାଉଛି।
ପ୍ରଥମ ମୁଖ୍ୟ ସ୍ୟାଟେଲାଇଟ୍ ୭୬୩ କକ୍ଷ ପଥରେ, ଏହା ପରେ ୫୦୪ କକ୍ଷ ପଥରେ ସ୍ୟାଟେଲାଇଟ୍ ଅବସ୍ଥାପିତ କରିବ। ଶେଷରେ ୪୮୫ କିଲୋମିଟର କକ୍ଷ ପଥକୁ ଖସିବ।
ପ୍ରଥମ ଥର ପାଇଁ ସ୍ୟାଟେଲାଇଟ୍ରେ ସୋଲାର ସେଲ୍ ବ୍ୟବହାର ହେବ। ଅର୍ଥାତ ଏହା ସମ୍ପୂର୍ଣ୍ଣ ବ୍ୟାଟେରୀ ପରିଚାଳିତ ହେବନି। ଶ୍ରୀହରିକୋଟାର ଲଞ୍ଚପ୍ୟାଡ୍ରୁ ଉତ୍କ୍ଷେପଣ ହେବାକୁ ଥିବା ଏହି ମିଶନ୍ରେ ମୁଖ୍ୟ ଯାତ୍ରୀ ହେବ ‘ଏମିସାଟ୍’। ଏହା ଡିଆରଡିଓ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ଷ୍ଟ୍ରାଟେଜିକ୍ ସ୍ୟାଟେଲାଇଟ୍। ଏହାର ଓଜନ୍ ୪୩୬ କିଲୋଗ୍ରାମ୍ ଏବଂ ଏହା ଏକ ଲିଓ ବା ନିମ୍ନ ଭୂକକ୍ଷ ସ୍ୟାଟେଲାଇଟ୍।
ଏହି ସ୍ୟାଟେଲାଇଟ୍ ଶତ୍ରୁ ଦେଶର ରାଡାରଗୁଡ଼ିକୁ ଠାବ କରି ତା’ର କାର୍ଯ୍ୟକଳାପ ଉପରେ ନଜର ରଖିବ ଏବଂ ସେ ସବୁର ଅବସ୍ଥିତି ବାବଦରେ ତଥ୍ୟ ଦେବ। ଏହି କାର୍ଯ୍ୟ ପୂର୍ବରୁ ହେଲିକପ୍ଟର ଜରିଆରେ କରାଯାଉଥିଲା, ଯାହାକି ବର୍ତ୍ତମାନ ମହାକାଶରୁ ହେବ। ଏହା ବାଦ୍ ଏହି ମିଶନ୍ରେ ଭାରତ ଆମେରିକା, ସ୍ୱିଜରଲ୍ୟାଣ୍ଡ, ଲିଥୁଆନିଆ ଏବଂ ସ୍ପେନ୍ ଆଦି ଦେଶର ୨୮ଟି ସ୍ୟାଟେଲାଇଟ୍ ମଧ୍ୟ ଉତ୍କ୍ଷେପଣ କରିବ।
from Odisha Reporter https://ift.tt/2FKnjtD
No comments:
Post a Comment