କାହିଁକି ମାସୁଦକୁ ଏତେ ପ୍ରେମ ଓ ଦଲାଇ ଲାମାଙ୍କୁ ଏତେ ଘୃଣା କରୁଛି ଚୀନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

କାହିଁକି ମାସୁଦକୁ ଏତେ ପ୍ରେମ ଓ ଦଲାଇ ଲାମାଙ୍କୁ ଏତେ ଘୃଣା କରୁଛି ଚୀନ୍‌

ବେଜିଂ: ଚୀନ୍‌ ପୁଣିଥରେ ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କୀ ପାଇଁ ଚାଲିଥିବା ପ୍ରୟାସରେ ରୋକ ଲଗାଇ ଦେଇଛି। ଗତ ୧୦ ବର୍ଷ ମଧ୍ୟରେ ୪ର୍ଥଥର ଚୀନ୍‌ ମାସୁଦ ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ଭିଟୋ ଅଧିକାର ବ୍ୟବହାର କରିଛି।

୨୦୦୯ରେ ଭାରତ ପ୍ରଥମଥର ମାସୁଦକୁ ଆତଙ୍କୀ ଘୋଷଣା କରିବାକୁ ପ୍ରସ୍ତାବ ଆଣିଥିଲେ ଏବଂ ବିଶ୍ୱର ଅନେକ ରାଷ୍ଟ୍ର ଏହାକୁ ସମର୍ଥନ କରିଥିଲେ। କିନ୍ତୁ ଚୀନ୍‌ ଏହାକୁ ଭଣ୍ଡୁର କରିଦେଇଥିଲା।

ଏହାପରେ ୨୦୧୬ରେ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ସହ ମିଶି ଭାରତ ପୁଣିଥରେ ମାସୁଦ ବିରୋଧରେ ପ୍ରସ୍ତାବ ଆଣିଥିଲା। କିନ୍ତୁ ଚୀନ୍‌ ପୁଣି ଏହା ଉପରେ ରୋକ ଲଗାଇଥିଲା। ୨୦୧୭ରେ ସମାନ ସ୍ଥିତି ଉପୁଜିଥିବା ବେଳେ ୨୦୧୯ରେ ଏହାର ପୁନରାବୃତ୍ତି ଘଟିଛି। ତେବେ ମାସୁଦ ପାଇଁ ଚୀନ୍‌ର ଏତେ ପ୍ରେମ କାହିଁକି?

ଚୀନ୍‌ରେ ସର୍ବଦା ଗଙ୍ଗା ଓଲଟା ବହିଥାଏ। ଉଦାହରଣ ସ୍ୱରୂପ ଦଲାଇ ଲାମା ପ୍ରସଙ୍ଗ ନିଆଯାଇ ପାରେ। ଦଲାଇଲାମା ସମଗ୍ର ବିଶ୍ୱରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଛନ୍ତି। ସେ ତିବ୍ବତର ସବୁଠାରୁ ବଡ଼ ଧର୍ମଗୁରୁ। ସମଗ୍ର ବିଶ୍ୱ ତାଙ୍କୁ ଶାନ୍ତିର ଦୂତ ଭାବେ ଜାଣିଥିବା ବେଳେ ଦଲାଇଲାମାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ମିଳିଛି। କିନ୍ତୁ ଚୀନ୍‌ ଦଲାଇଲାମାଙ୍କୁ ଘୃଣା କରିବା ସହ ସେ ଯଦି କେଉଁଠି ବି ବିଶ୍ୱର କୌଣସି ନେତାଙ୍କୁ ଭେଟୁଛନ୍ତି, ତା’ହେଲେ ଚୀନ୍‌ ଏହା ଉପରେ ଆପତ୍ତି ଉଠାଉଛି।

ଅନ୍ୟପକ୍ଷରେ ସମଗ୍ର ବିଶ୍ୱ ଆତଙ୍କବାଦୀ ମାସୁଦ ବିରୋଧରେ ଥିବା ବେଳେ ଚୀନ୍‌ କିନ୍ତୁ ତା’କୁ ସମର୍ଥନ କରୁଛି। ଥରେ କି ଦୁଇ ଥର ନୁହେଁ ଚୀନ୍‌ ୪ଥର ମାସୁଦ ସପକ୍ଷରେ ଭିଟୋ ପ୍ରୟୋଗ କରିଛି। ତେଣୁ ଆପଣ ଏବେ ନିଶ୍ଚୟ କହିବେ, ଆମ ପଡ଼ୋଶୀ ଦେଶରେ ଗଙ୍ଗା ଓଲଟା ବହିଥାଏ। ମାସୁଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଗଣତି କରୁଥିବା ବେଳେ ଚୀନ୍‌ ଦଲାଇଲାମାକୁ ସେହି ଦୃଷ୍ଟିରେ ଦେଖୁଛି।

୧୯୫୯ରେ ସ୍ୱତନ୍ତ୍ର ତିବ୍ବଦ ଗଠନ ପାଇଁ ଦାବି ଉଠିଥିଲା। ଏହାକୁ ୬୦ ବର୍ଷ ବିତିଗଲାଣି। ଏହି ସମୟରେ ଦଲାଇଲାମା ଭାରତ ଚାଲି ଆସିଥିଲେ। ଚୀନ୍‌ରେ ସେବେଠାରୁ ଅନେକ ଶାସକ ବଦଳିଲେଣି ହେଲେ ଦଲାଇଲାମାଙ୍କୁ ନେଇ କୌଣସି ଶାସକଙ୍କ ଆଭିମୁଖ୍ୟ ବଦଳିନାହିଁ।

ଦଲାଇଲାମା ସ୍ୱତନ୍ତ୍ର ତିବ୍ବତ ଦାବି କରି ଚୀନ୍‌କୁ ଭାଗଭାଗ କରିବାକୁ ଚାହୁଁଥିବା ବେଜିଂ କହୁଛି। କିନ୍ତୁ ଦଲାଇଲାମା ଚୀନ୍‌ଠାରୁ ପ୍ରକୃତରେ ତିବ୍ବତକୁ ଅଲଗା କରିବାକୁ ଚାହୁଁନାହାନ୍ତି ବରଂ ସେ ଚୀନ୍‌ ସହ ଏହି ପ୍ରସଙ୍ଗରେ ବୁଝାମଣା କରିବାକୁ ଚାହୁଁଛନ୍ତି। ଭାରତ ସରକାର ଦଲାଇଲାମାଙ୍କୁ ଆଶ୍ରୟ ଦେଇଥିବାରୁ ଚୀନ୍‌ ଭାରତ ସରକାରଙ୍କ ଉପରେ ପ୍ରତିଶୋଧ ସୂରୁପ ମାସୁଦକୁ ସୁରକ୍ଷା ଯୋଗାଇ ଚାଲିଛି।

ପାକିସ୍ତାନ ମାସୁଦ ଆଝାରକୁ ଆତଙ୍କୀ ବୋଲି ମାନୁନାହିଁ। ଏଭଳି ସ୍ଥିତିରେ ପାକିସ୍ତାନର ସବୁଠାରୁ ଘନିଷ୍ଠ ବନ୍ଧୁ କେମିତି ଏକଥାକୁ ସ୍ୱୀକାର କରିବ। ମାସୁଦକୁ ଆତଙ୍କବାଦୀ ଘୋଷଣା ରାସ୍ତାରେ କେବଳ ପାକ୍‌ ଓ ଚୀନ୍‌ର ବନ୍ଧୁତା ରହିଛି। ଚୀନ୍‌ ସର୍ବଦା ପାକିସ୍ତାନକୁ ଖୁସି କରିବାକୁ ଚାହୁଁଛି। କାରଣ ପାକିସ୍ତାନରେ ଚୀନ୍‌ ବିଭିନ୍ନ ବନ୍ଦରର ବିକାଶ କରୁଛି।

ଏଥିପାଇଁ ‘ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର’ ମଧ୍ୟ ନିର୍ମାଣ କରୁଛି। ଚୀନ୍‌ ମାସୁଦକୁ ବଞ୍ଚାଉଥିବାରୁ ପାକିସ୍ତାନ ମଧ୍ୟ ଚୀନ୍‌କୁ ନିର୍ମାଣ କାର୍ଯ୍ୟରେ ସମସ୍ତ ସହଯୋଗ କରୁଛି।

ସେହିପରି ଚୀନ୍‌ ଯଦି ମାସୁଦ ବିରୋଧରେ ଯାଉଛି, ତା’ହେଲେ ଆର୍ଥିକ କରିଡର ପ୍ରତି ବିପଦ ସୃଷ୍ଟି ହୋଇପାରେ। କାରଣ ମାସୁଦର ଆତଙ୍କୀମାନେ ଏଠାରେ ବିସ୍ଫୋରଣ କରିପାରନ୍ତି। ଚୀନ୍‌ ଏହି ପ୍ରକଳ୍ପରେ ୩.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି। ଏଥିସହ ୧୨ ହଜାର ଚୀନ୍‌ ଶ୍ରମିକ ଓ ଇଞ୍ଜିନିୟର ସେଠାରେ କାର୍ଯ୍ୟ କରୁଛନ୍ତି। ଏପରି ସ୍ଥିତିରେ ଚୀନ୍‌ ମାସୁଦ ବିପକ୍ଷରେ ଯିବାକୁ ଚାହୁଁନାହିଁ।



from Odisha Reporter https://ift.tt/2TMbhb3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages