ରାହୁଲ ହୁଅନ୍ତୁ ଆଗାମୀ ପ୍ରଧାନମନ୍ତ୍ରୀ : ଜୀତନ ରାମ ମାଞ୍ଝି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ରାହୁଲ ହୁଅନ୍ତୁ ଆଗାମୀ ପ୍ରଧାନମନ୍ତ୍ରୀ : ଜୀତନ ରାମ ମାଞ୍ଝି

ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ୍‌ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଞ୍ଝି ୨୦୧୯ ଲୋକସଭା ନିର୍ବାଚନକୁ ନେଇ ନିଜର ମତପ୍ରକାଶ କରିଛନ୍ତି। ପାଟଣାରେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ବେଳେ ମାଞ୍ଝି କହିଛନ୍ତି, “ଯଦି ମହାମେଣ୍ଟ ହୁଏ, ତେବେ ଆଗାମୀ ପ୍ରଧାନମନ୍ତ୍ରୀ ଭାବରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ଚାହୁଁଛନ୍ତି।”  ଅବଶ୍ୟ ମେଣ୍ଟ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ ।

ମାଞ୍ଝି  କହିଛନ୍ତି, ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଘୋଷଣା ନ କରିବା କୌଣସି ନୂଆ କଥା ନୁହେଁ। ଆଗରୁ ମଧ୍ୟ ରାଜନୈତିକ ଇତିହାସରେ ଏପରି ଘଟଣା ଘଟିଛି। ତେବେ ମୋର ବ୍ୟକ୍ତିଗତ ମତ, ଲୋକସଭା ନିର୍ବାଚନରେ ମହାମେଣ୍ଟ କ୍ଷମତାକୁ ଆସିଲେ, ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରାହୁଲ ଗାନ୍ଧି ହିଁ ରହିବା ଉଚିତ୍‌।“

ବିହାରର ୪୦ଟି ଲୋକସଭା ଆସନରୁ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ କେତେ ସିଟ୍‌ ମିଳିବ ବୋଲି ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ମାଞ୍ଝି କହିଥିଲେ, “ବର୍ତ୍ତମାନ ପର୍ଯ୍ୟନ୍ତ ମହାମେଣ୍ଟରେ ସିଟ୍‌ ବଣ୍ଟା ନେଇ ନେତାମାନେ କୌଣସି ଆଲୋଚନା କରିନାହାନ୍ତି। ତେଣୁ କେତେ ସିଟ୍‌ ମିଳିବ ତାହାର ଅନୁମାନ ଏବେଠାରୁ କରିହେବ ନାହିଁ।“

ନିର୍ବାଚନ ଲଢ଼ିବେ କି ନାହିଁ ପ୍ରଶ୍ନର ଉତ୍ତର ଦେଇ ମାଞ୍ଜି କହିଥିଲେ, “ପ୍ରଥମେ ସିଟ୍‌ ବଣ୍ଟା ସରୁ,  ତା ପରେ ଆଶାୟୀ ପ୍ରାର୍ଥୀ ଚୟନ କରାଯିବ। ଏ ନେଇ ମେଣ୍ଟର ନେତାମାନେ ଦିଲ୍ଲୀ ଯାଉଛନ୍ତି। ସେଠାରେ ହିଁ ସମସ୍ତ ନିଷ୍ପତି ନିଆଯିବ। ”
ଆଗାମୀ ନିର୍ବାଚନରେ ବିହାର ୪୦ଟି ଲୋକସଭା ସିଟ୍‌ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ହେବ।



from Odisha Reporter https://ift.tt/2JdbtMr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages