
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ଆଜି ବିଜେଡିରେ ମିଶିଛନ୍ତି। ତାଙ୍କ ନାଁ ହରିଶଚନ୍ଦ୍ର ପଣ୍ଡା।
ସେ ନବୀନ ନିବାସ ଯାଇ ବିଜେଡିରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି। ତାଙ୍କ ସହିତ ତାଙ୍କର କିଛି ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।
ନୂଆପଡ଼ାର ଏହି ଯୁବ ନେତା କହିଛନ୍ତି,“ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ମୋତେ ପ୍ରୋତ୍ସାହିତ କରିଛି। ବିଜେଡିରେ ମିଶି ମୁଁ ନୂଆପଡ଼ା ଅଞ୍ଚଳର ବିକାଶ କରିପାରିବି ବୋଲି ଆଶା ରଖିଛି।”
ବସନ୍ତ ପଣ୍ଡା ନୂଆପଡ଼ାରୁ ବିଧାୟକ ହୋଇଥିବା ବେଳେ ତାଙ୍କୁ ସମାଲୋଚନା କରିଛନ୍ତି ହରିଶଚନ୍ଦ୍ର।
ସୂଚନାଯୋଗ୍ୟ, ହରିଶଚନ୍ଦ୍ର ପ୍ରଥମେ ଶିବସେନାରେ ଥିଲେ। ସେଠାରୁ ବିଜେପିକୁ ଆସିଥିଲେ। ବିଜେପି ଛାଡ଼ି ପୁଣି ଶିବସେନା ଯାଇଥିଲେ। ପରେ ପୁଣି ବିଜେପିକୁ ଆସିଥିଲେ।
from Odisha Reporter https://ift.tt/2HxfCbP
No comments:
Post a Comment