
ରାୟପୁର : ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଏକ ସାମୂହିକ ବିବାହର ଆୟୋଜନ କରାଯାଉଛି। ରାୟପୁରର ୧୫ ଜଣ ଟ୍ରାନ୍ସଜେଣ୍ଡର ନିଜ ପୁରୁଷ ସାଥିଙ୍କ ସହ ଏହି ଅବସରରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି ଆୟୋଜନର ଖାସ୍ କଥା ହେଉଛି ଏହି ଟ୍ରାନ୍ସଜେଣ୍ଡରଙ୍କ କନ୍ୟାଦାନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେସ୍ ବଘେଲ୍ କରିବେ। ଏହି ସମାରୋହରେ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିବେ।
ତୃତୀୟ ଲିଙ୍ଗୀ ୱେଲଫେୟାର୍ ବୋର୍ଡର ବିଦ୍ୟା ରାଜପୁତଙ୍କ କହିବାନୁସାରେ, ଏହି ସାମୂହିକ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ହେବ। ପରମ୍ପରାଗତ ହିନ୍ଦୁ ରୀତିନୀତି ଅନୁଯାୟୀ, ହଳଦୀ ମେହେନ୍ଦିରୁ ଆରମ୍ଭ କରି ରିସେପସନ୍ ପର୍ଯ୍ୟନ୍ତ ହେବ। ୨୯ ମାର୍ଚ୍ଚରେ ହଳଦୀ ଏବଂ ମେହେନ୍ଦୀ ହେବା ସହ ୩୦ ମାର୍ଚ୍ଚରେ ବିବାହ ଏବଂ ରିସେପସନ୍ ଅନୁଷ୍ଠିତ ହେବ।
ଏହି ସାମୂହିକ ବିବାହ ପାଇଁ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କଲିକତା ଭଳି ରାଜ୍ୟରୁ ଟ୍ରାନ୍ସଜେଣ୍ଡରମାନେ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେସ୍ ବଘେଲ୍ ନବବିବାହିତ କିନ୍ନରଙ୍କ କନ୍ୟାଦାନ କରିବେ । ଏହି ବିବାହକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନିତ କରିବା ପାଇଁ ପ୍ରୟାସ ଜାରି ରହିଛି।
from Odisha Reporter https://ift.tt/2HzX4HT
No comments:
Post a Comment