ସାର୍‌ ଡାକିଲେ ବୋଲି ଗଲି, ହେଲେ ସେ ଏମିତି କରିବେ ଜାଣିନଥିଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ସାର୍‌ ଡାକିଲେ ବୋଲି ଗଲି, ହେଲେ ସେ ଏମିତି କରିବେ ଜାଣିନଥିଲି

କଣ୍ଟାବାଞ୍ଜି (ସୁରଦାସ ବାଗ୍‌): କଲେଜ ଯିବା ପାଇଁ ଛାତ୍ରୀ ଜଣକ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ସାର୍‌ ଡାକିବାରୁ ତାଙ୍କ କଥାରେ ବିଶ୍ୱାସ କରି ଯାଇଥିଲେ। ହେଲେ ସାର୍‌ ଏମିତି କରିବେ ବୋଲି ସେ କେବେ ଭାବି ପାରିନଥିଲେ। କଲେଜରେ ଛାଡ଼ିବା ପରିବର୍ତ୍ତେ ସାର୍‌ ଛାତ୍ରୀଙ୍କୁ ଏକ ଜଙ୍ଗଲକୁ ନେଇଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ପୀଡ଼ିତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେବା ପରେ ମାମଲା ଯାଇ ଥାନାରେ ପହଞ୍ଚିଛି। ଆଜି ଏମିତି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ମୁରିବାହାଲ ଥାନା ଅଞ୍ଚଳର ଜଣେ ଛାତ୍ରୀ କଲେଜ ଯିବାପାଇଁ ବସ୍‌ଷ୍ଟାଣ୍ଡ୍‌ରେ ଠିଆ ହୋଇଥିବା ବେଳେ ଜଣେ ସ୍କୁଲ ଶିକ୍ଷକ ତାଙ୍କୁ ବାଇକରେ ନେଇ କଲେଜରେ ଛାଡ଼ି ଦେବାକୁ କହି ସାଥିରେ ନେଇଯାଇଥିଲେ। ସାର୍‌ଙ୍କ କଥାରେ ବିଶ୍ଵାସ କରି ଛାତ୍ରୀ ଜଣକ ତାଙ୍କ ସହିତ ଯାଇଥିଲେ। ହେଲେ ସାର୍‌ ତାଙ୍କୁ କଲେଜ ନେବା ପରିବର୍ତ୍ତେ ଜଙ୍ଗଲକୁ ନେଇ ଯାଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏପରିକି କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଛାତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲେ। ତେଣୁ ଛାତ୍ରୀ ଜଣକ ଭୟରେ ଘଟଣା ସମ୍ପର୍କରେ କାହାକୁ କହିନଥିଲେ।

ପରବର୍ତ୍ତୀ ସମୟରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋକୁ ଶିକ୍ଷକ ଭାଇରାଲ୍‌ କରିଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିରେ ଉଭୟ ଅସଞ୍ଜତ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି। ଫଟୋଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଛାତ୍ରୀଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇ ଦେଇଛି। ଏଭଳି କାଣ୍ଡ ଘଟାଇଥିବା ସାର୍‌ ଫେରାର ହୋଇଯାଇଛନ୍ତି। ତାଙ୍କୁ ଠାବ କରିବା ନିମନ୍ତେ ପୁଲିସ ଚେଷ୍ଟା ଚଳାଇଛି।



from Odisha Reporter https://ift.tt/2Xx9FRJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages