
ଶ୍ରୀନଗର: ଗୋଟିଏ ପଟେ ଶାନ୍ତି କଥା କହି ଗିରଫ ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ମୁକ୍ତ କରିଥିବା ପାକିସ୍ତାନ ଅନ୍ୟପଟେ ନିଜର ଅସଲ ଚେହେରା ଦେଖାଇଛି। ଆଜି ପାକିସ୍ତାନ ସେନା କ୍ରମାଗତ ଅଷ୍ଟମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକ୍ ରେଞ୍ଜର୍ସମାନେ ମୋର୍ଟାର ଓ ସ୍ୱୟଂଚାଳିତ ବନ୍ଧୁକ ଦ୍ୱାରା ଭାରତୀୟ ଇଲାକା ଉପରେ ଆକ୍ରମଣ କରିଛନ୍ତି।
ଏଥିରେ ଜଣେ ମହିଳା ଆହତ ହୋଇଥିବା ବେଳେ ସୀମାନ୍ତ ନିକଟବର୍ତ୍ତୀ ଦୁଇଟି ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ସେହିପରି ଏକାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ସେହିପରି ଉରିର କମଲକୋଟ ଅଞ୍ଚଳରେ ମଧ୍ୟ ପାକ୍ ସେନା ଗୁଳିମାଡ଼ କରିଛି। ଏଥରେ ରିୟାଜ ଅହମ୍ମଦ ନାମକ ଅନ୍ୟ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି।
ଜଣେ ସେନା ଅଧିକାରୀ କହିଛନ୍ତି,“ପୁଞ୍ଚ ଜିଲ୍ଲାର କ୍ରୀଷ୍ଣାଘାଟି ସେକ୍ଟର ନିକଟରେ ଆଜି ଦିନ ପ୍ରାୟ ୧.୩୦ରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପୁଞ୍ଚ ବ୍ୟତୀତ ରଜୌରୀରେ ମଧ୍ୟ ପାକ୍ ସେନା ଗୁଳି ମାଡ଼ କରିଛି। ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ପାକ୍ ଗୁଳିରେ ପୁଞ୍ଚ ଜିଲ୍ଲା ମାନକୋଟେର ଜଣେ ମହିଳା ନସିମ ଅଖତର ଗୁରୁତର ଆହତ ହୋଇଛନ୍ତି। ସେହିପରି ସୀମାନ୍ତରେ ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଛି।”
ଗୁରୁବାର ମଧ୍ୟ ପାକ୍ ସେନା ସୀମାନ୍ତର ୬ଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ସେନା ପୋଷ୍ଟ ଓ ଗାଁ ଗୁଡ଼ିକୁ ଟାର୍ଗେଟ କରିଥିଲା।
from Odisha Reporter https://ift.tt/2SD3l7m
No comments:
Post a Comment