
ନୂଆଦିଲ୍ଲୀ: ଦେଶର ଯବାନମାନଙ୍କ ଫଟୋ କିମ୍ବା ସେମାନଙ୍କ ପରାକ୍ରମକୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ ଭାବେ କହିଛନ୍ତି।
ଏହାସତ୍ତ୍ୱେ ବିଜେପିର ଦିଲ୍ଲୀ ବିଧାୟକ ଓମ ପ୍ରକାଶ ଶର୍ମା ପାଇଲଟ ଅଭିନନ୍ଦନଙ୍କ ଫଟୋ ସହ ନିଜ ଦଳ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଏକ ପୋଷ୍ଟରକୁ ଫେସବୁକ୍ରେ ଛାଡ଼ି ଭୋଟ୍ରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ନିର୍ବାଚନ କମିଶନ ନଜରକୁ ଏକଥା ଆସିବା ପରେ ସଂସ୍ଥା ପକ୍ଷରୁ ବିଧାୟକ ଓମ ପ୍ରକାଶଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଏଥିସହ ପୋଷ୍ଟରକୁ ତୁରନ୍ତ ହଟାଇବା ସହ ଗୁରୁବାର ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି।
ଓମ ପ୍ରକାଶ ଶର୍ମା ମାର୍ଚ୍ଚ ୧ରେ ନିଜ ଦଳର ପ୍ରଚାର ପାଇଁ ଏକ ପୋଷ୍ଟର ଫେସବୁକ୍ରେ ପୋଷ୍ଟ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପାଇଲଟ ଅଭିନନ୍ଦନ ଓ ଓମ୍ ପ୍ରକାଶ ଶର୍ମାଙ୍କ ଫଟୋ ରହିଥିଲା। ଜିଲ୍ଲା ମାଜିଷ୍ଟ୍ରେଟ କେଏମ୍ ମହେଶ କହିଛନ୍ତି, ଓମ ପ୍ରକାଶ ଶର୍ମା ଫେସ୍ବୁକ୍ରେ ପାଇଲଟ୍ ଅଭିନନ୍ଦନଙ୍କ ଫଟୋ ବ୍ୟବହାର କରିଥିବାରୁ ଆମେ ତାଙ୍କୁ ୧୧ ତାରିଖରେ ନୋଟିସ୍ କରିଛୁ।
from Odisha Reporter https://ift.tt/2VTpctj
No comments:
Post a Comment