
ଫୁଲବାଣୀ (ତ୍ରିନାଥ ସାହୁ): ଆଜି ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନିକଟ ଜଙ୍ଗଲରେ ଏନ୍କାଉଣ୍ଟରରେ ଜଣେ କ୍ୟାଡର ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଛି।
ସୂଚନାରୁ ପ୍ରକାଶ, ତୁମୁଡ଼ିବନ୍ଧ ନିକଟସ୍ଥ ଜଙ୍ଗଲରେ ନକ୍ସଲ ସକ୍ରିୟ ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ଏହା ପରେ ଏସ୍ଓଜି ଓ ଡିଭିଏଫ୍ ଯବାନମାନେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ। ଠିକ୍ ଏତିକି ବେଳେ ନକ୍ସଲଙ୍କ ସହିତ ଯବାନଙ୍କ ଗୁଳି ବିନିମୟ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ମହିଳା କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ସୁରକ୍ଷା କର୍ମୀମାନେ ସେଠାରୁ ୪ଟି ବନ୍ଧୁକ, ୩ଟି ଗ୍ରେନେଡ୍ ଓ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ଏହାପରେ ଏବେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
ଏଡିଜି ଅପରେସନ ଆର୍.ପି କୋଚେ ଏହି ସୂଚନା ଦେଇଛନ୍ତି।
from Odisha Reporter https://ift.tt/2u2F4xM
No comments:
Post a Comment