ଆପଣଙ୍କ ପିଲା ଖାଲି ପାଦରେ ଚାଲୁଛି କି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଆପଣଙ୍କ ପିଲା ଖାଲି ପାଦରେ ଚାଲୁଛି କି…

foot

ମୁମ୍ବାଇ: କୁନି ପିଲାମାନେ ଖାଲି ପାଦରେ ଚାଲିବାକୁ ଖୁବ୍‌ ଭଲ ପାଆନ୍ତି। କିନ୍ତୁ ବଡ଼ମାନେ ସେମାନଙ୍କୁ ଖାଲିପାଦରେ ଚାଲିବାକୁ ଦିଅନ୍ତି ନାହିଁ। କାଳେ କଣ୍ଟା ଫୁଟିଯିବ… ଇନ୍‌ଫେକ୍‌ସନ୍‌ ହୋଇଯିବ…।  ହେଲେ ଜାଣିରଖନ୍ତୁ।  ଖାଲିପାଦରେ ଚାଲିବା ଦ୍ୱାରା ପିଲାଙ୍କଠାରେ ସନ୍ତୁଳନ ରକ୍ଷା କରିବାର କ୍ଷମତା ବୃଦ୍ଧି ପାଇଥାଏ ।

ନିକଟରେ ପିଲାମାନଙ୍କ ଉପରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ଖାଲି ପାଦରେ ଚାଲୁଥିବା ପିଲା ଡେଇଁବା ସମୟରେ ଜୋତା ପିନ୍ଧିଥିବା ପିଲାଙ୍କ ଠାରୁ ଅଧିକ ସନ୍ତୁଳନ ରକ୍ଷା କରି ପାରନ୍ତି।
ତେଣୁ ଶିଶୁରୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ପିଲାମାନେ କିଛି କିଛି ସମୟ ବିନା ଚପଲରେ ଚାଲିବା ଶରୀର ପାଇଁ ଭଲ।
ଜର୍ମାନୀର ଏକ ୟୁନିଭର୍ସିଟିର ପ୍ରଫେସର୍‌ ଏସ୍ଟ୍ରିଡ୍ ଜେଚ୍ କହିଛନ୍ତି, ଖାଲି ପାଦରେ ଚାଲିବା ଦ୍ୱାରା ବେଶି ସହଜ ଓ ସ୍ୱାଭାବିକ ରହିବା ପରି ଅନୁଭବ ହୋଇଥାଏ। ଆଉ ପାଦରେ ଚପଲ ପିନ୍ଧି ଚାଲିବା ଦ୍ୱାରା ପାଦର ସ୍ୱାସ୍ଥ୍ୟ ତଥା ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ।

ଏହି ଅଧ୍ୟୟନ ‘ଫ୍ରଣ୍ଟିଇଅର୍ସ ଇନ୍‌ ପିଡିୟାଟ୍ରିକ୍ସ’ ଜର୍ଣ୍ଣଲରେ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନରେ ୮ରୁ ୧୦ ବର୍ଷ ବୟସର  ପ୍ରାୟ ୮୧୦  ଜଣ ଶିଶୁଙ୍କୁ ସାମିଲ କରାଯାଇଥିଲା। ଏମାନେ ସମସ୍ତେ ଦକ୍ଷିଣ ଆଫ୍ରିକାର ଗ୍ରାମାଞ୍ଚଳ ଏବଂ  ଉତ୍ତର ଜର୍ମାନୀର ସହରାଞ୍ଚଳର ଶିଶୁ । ସମାନଙ୍କୁ ନେଇ ସନ୍ତୁଳନ ପରୀକ୍ଷା, ଲମ୍ବ ଡିଆଁ, ୨୦ ମିଟର ଦୌଡ଼ ଆଦି କେତେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। 

ସେଥିରୁ ଜଣାପଡ଼ିଥିଲା ଯେ, ଅଧିକ ସମୟ ଚପଲ ପିନ୍ଧୁଥିବା ପିଲାଙ୍କ ତୁଳନାରେ ଖାଲି ପାଦରେ ରହୁଥିବା ପିଲା  ଡେଇଁବା ତଥା ସନ୍ତୁଳନ ରକ୍ଷା କରିବାରେ ଅଧିକ ପାରଦର୍ଶିତା ଦେଖାଇଥିଲେ

ଖାଲି ପାଦରେ ଚାଲିବାର ଉପକାର:

– ଖାଲି ପାଦରେ ଚାଲିବା ଦ୍ୱାରା ଶରୀର ଗଠନ ଠିକ୍‌ ରହିଥାଏ। ଅଣ୍ଟା ସିଧା ରହିବା ସହ ଅଣ୍ଟାଜନିତ ସମସ୍ୟା ଦୂର ହୋଇଥାଏ।
– ପାଦ ବଥା କମ୍‌ ହୋଇଥାଏ।
-ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ପାଦର ତଳ ଭାଗ ମଧ୍ୟ ମଜବୁତ୍ ହୋଇଥାଏ।
-ମାନସିକ ଚାପ ଦୂର ହେବା ସହ ମସ୍ତିଷ୍କ ଶାନ୍ତ ରହିଥାଏ।

 



from Odisha Reporter https://ift.tt/2tPsgdT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages